Below header

କାନ ଉଠିବା ଦିନଠୁ ଶୁଣିନଥିବେ: ଥାଇଲ୍ୟାଣ୍ଡର ଏହି ମହିଳାଙ୍କୁ ଆଜୀବନ ନୁହେଁ ଜନ୍ମ ଜନ୍ମ ପାଇଁ ଜେଲ୍ !

ଜଣେ ଅପରାଧୀକୁ ଦଣ୍ଡ ବିଧାନ କରିବାର ନିୟମ ସବୁ ଦେଶରେ ରହିଛି । ବିଶେଷ କରି ଜେଲ୍ ଦଣ୍ଡ। କାହାକୁ ୫ ବର୍ଷ, କାହାକୁ ୧୦ ତ କାହାକୁ ଆଜୀବନ ଦଣ୍ଡ ଶୁଣାଇଥାନ୍ତି କୋର୍ଟ। ଆଜୀବନ ଦଣ୍ଡାଦେଶ ବି ଗୋଟେ ସୀମିତ ସମୟ ପାଇଁ ଥାଏ । ହେଲେ ଥାଇଲ୍ୟାଣ୍ଡରେ ଜଣେ ମହିଳାଙ୍କୁ ଅସାଧାରଣ ଭାବେ ଦୀର୍ଘ ସମୟ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି ।

ଥାଇଲ୍ୟାଣ୍ଡ: ଜଣେ ଅପରାଧୀକୁ ଦଣ୍ଡ ବିଧାନ କରିବାର ନିୟମ ସବୁ ଦେଶରେ ରହିଛି । ବିଶେଷ କରି ଜେଲ୍ ଦଣ୍ଡ। କାହାକୁ ୫ ବର୍ଷ, କାହାକୁ ୧୦ ତ କାହାକୁ ଆଜୀବନ ଦଣ୍ଡ ଶୁଣାଇଥାନ୍ତି କୋର୍ଟ। ଆଜୀବନ ଦଣ୍ଡାଦେଶ ବି ଗୋଟେ ସୀମିତ ସମୟ ପାଇଁ ଥାଏ । ହେଲେ ଥାଇଲ୍ୟାଣ୍ଡରେ ଜଣେ ମହିଳାଙ୍କୁ ଅସାଧାରଣ ଭାବେ ଦୀର୍ଘ ସମୟ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ସେ ଏପରି ଏକ ଅପରାଧରେ ଜଡିତ ଥିଲେ ଯାହା କେବଳ ସେହି ଦେଶରେ ନୁହେଁ ବରଂ ଅନ୍ୟ ଦେଶ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲା ।

ଚାମୋଇ ଥିପିଆସୋ ନାମକ ଏହି ମହିଳାଙ୍କୁ ଏକ ଚିଟ୍ ଫଣ୍ଡ୍ ରାକେଟ୍ ମାଧ୍ୟମରେ ଅନେକ ବ୍ୟକ୍ତିଙ୍କୁ ଠକିବା ଅଭିଯୋଗରେ ୧,୪୧,୭୦୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ନେଇ ଖବର ଏବେ ଭାଇରାଲ୍ ହେଉଛି । ଖବର ଅନୁଯାୟୀ, ସେ ମାଇ ଚାମୋଇ ଫଣ୍ଡ ନାମକ ଏକ ଚିଟ୍-ଫଣ୍ଡ ସ୍କିମ୍ ସ୍ଥାପନ କରିଥିଲେ । ସବୁଠାରୁ ଆକର୍ଷଣୀୟ କଥା ଥିଲା କି ଏଥିରେ ଟଙ୍କା ରଖିଥିବା ବ୍ୟକ୍ତିବିଶେଷଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରାଯାଉଥିଲା । ଏହି ମହିଳା ପୃଥିବୀର ପ୍ରାୟ ୧୬,୦୦୦ ଲୋକଙ୍କୁ ଏହି ସ୍କିମ୍ ରେ ସଂଯୋଗ କରିଥିଲେ ଏବଂ ୨୦୦ ରୁ ୩୦୦ ମିଲିୟନ ଡଲାର ରୋଜଗାର କରିଥିଲେ।

ଚାମୋଇ ଏହା ପୂର୍ବରୁ ଏକ ସରକାରୀ ତୈଳ ନିଗମ କମ୍ପାନୀରେ ଥାଇଲ୍ୟାଣ୍ଡରେ କାର୍ଯ୍ୟ କରୁଥିଲେ। ଯାହା ଜଣାପଡିଛି ଯେ ସେ ତାଙ୍କ ସ୍କିମ୍ କୁ ଆଇନଗତ ରୂପେ ଦେଖାଇବା ପାଇଁ ରୟାଲ ଥାଇ ବାୟୁସେନା ସହିତ ମିଶି ବ୍ୟବହାର କରିଥିଲେ । ସେ ଥାଇଲାଣ୍ଡର ରୟାଲ ଫ୍ୟାମିଲି ଏବଂ ଅନ୍ୟାନ୍ୟ ସାମରିକ ସଂସ୍ଥା ମାନଙ୍କୁ ତାଙ୍କ ପ୍ରକଳ୍ପରେ ବିନିଯୋଗ କରିବାକୁ ପ୍ରବର୍ତ୍ତାଇଥିବା ନେଇ ଅଭିଯୋଗ ହୋଇଥିଲା । ତାଙ୍କ ଯୋଜନା ଥାଇଲ୍ୟାଣ୍ଡର ଲୋକଙ୍କ ସହିତ କେବଳ ସୀମିତ ନଥିଲା । ଏହା ବି ଜଣାପଡିଛି ଯେ ସେ କେରଳର ଅନେକ ଲୋକଙ୍କୁ ସମାନ ଚିଟ୍-ଫଣ୍ଡ ସ୍କିମ୍ ମଧ୍ୟ ପ୍ରଦାନ କରିଥିଲେ ଏବଂ ଏହା ସେମାନଙ୍କ ଆର୍ଥିକ ସମସ୍ୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ବୋଲି କହିଥିଲେ ।

 

View this post on Instagram

 

A post shared by Indiatimes (@indiatimes)

୧୯୮୦ ଦଶକରେ ଏହା ଜଣାପଡିଥିଲା ​​ଯେ ସେ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ ଏବଂ ତାଙ୍କୁ ୧,୪୧,୭୦୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଯାହାକି ଦୁନିଆର ଦୀର୍ଘତମ ସମୟ ଦଣ୍ଡ ବିଧାନ ଅଟେ। କିନ୍ତୁ ସେ କେବଳ ଆଠ ବର୍ଷ ଜେଲରେ ରହିଥିଲେ । ସେହି ସମୟରେ, ଥାଇ ଆଇନ କେବଳ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସର୍ବାଧିକ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ଅନୁମତି ଦେଇଥାଏ । କିନ୍ତୁ ଶେଷରେ ତାଙ୍କୁ ୧୦ ବଷର୍ଷରୁ ବି କମ୍ ସମୟ ଭିତରେ ଜେଲରୁ ମୁକ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.