ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ SRCଙ୍କ ନିର୍ଦ୍ଦେଶ, ୧୫ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ମୁକାବିଲା ପାଇଁ ୧୫ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା ।ବିପନ୍ନଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ ): ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କୁହାଯାଇଛି । ବିପନ୍ନଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ବନ୍ୟା ମୁକାବିଲା ପାଇଁ ୧୫ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା । ମୁକାବିଲା ପାଇଁ ମୁତୟନ ଅଛନ୍ତି ୮ NDRF, ୧୩ ODRAF, ୨୩ ଅତିରିକ୍ତ ଫାୟାର ଟିମ୍‌ । ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଟିମ ମୁତୟନ ଅଛନ୍ତି । ସେହିପରି ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର ଜିଲ୍ଲାରେ ମୁତୟନ କରାଯାଇଛି । କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଟିମ୍‌ ମୁତୟନ ଅଛି । ଏ ନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.