Below header

ପିକନିକ କରିବା ପାଇଁ ଖୁବ ଖୁସିରେ ଘରୁ ବାହାରିଥିଲେ ପିଲା, କିନ୍ତୁ ହ୍ରଦ ମଝିରେ ଓଲଟି ପଡିଲା ଡଙ୍ଗା

ଗତକାଲି ଗୁଜୁରାଟର ଭଦୋଦରାଠାରେ ଘଟିଛି ଏକ ଦୁଖଃଦ ଦୁର୍ଘଟଣା ଯେଉଁଥିରେ ଜୀବନ ହାରିଛନ୍ତି ୧୪ ଜଣ ଛାତ୍ର ଏବଂ ୨ ଶିକ୍ଷକ । ପିକନିକ ପାଇଁ ଗୁଜରାଟର ହରଣୀ ହ୍ରଦରେ ଯାଉଥିବା ବେଳେ ଡଙ୍ଗାଟି ଓଲଟି ପଡିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି ।

ଗତକାଲି ଗୁଜୁରାଟର ଭଦୋଦରାଠାରେ ଘଟିଛି ଏକ ଦୁଖଃଦ ଦୁର୍ଘଟଣା ଯେଉଁଥିରେ ଜୀବନ ହାରିଛନ୍ତି ୧୪ ଜଣ ଛାତ୍ର ଏବଂ ୨ ଶିକ୍ଷକ । ପିକନିକ ପାଇଁ ଗୁଜରାଟର ହରଣୀ ହ୍ରଦରେ ଯାଉଥିବା ବେଳେ ଡଙ୍ଗାଟି ଓଲଟି ପଡିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସୌଭାଗ୍ୟ ବଶତଃ ବଞ୍ଚିଯାଇଛନ୍ତି ୮ ଛାତ୍ର ଏବଂ ଏବେ ବି ୫ ଜଣଙ୍କୁ ଖୋଜା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଛାତ୍ର ବଡୋଦରାସ୍ଥିତ ଏକ ବିଦ୍ୟାଳୟର ଥିଲେ । ଏହି ଡଙ୍ଗାରେ ଚାରିଜଣ ଶିକ୍ଷକ ମଧ୍ୟ ଥିଲେ । ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ସୂଚନାନୁସାରେ, ପ୍ରାୟ ୧୦ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ପୋଲିସ ପ୍ରଶାସନ ସହିତ ଘଟଣାସ୍ଥଳରେ ୧୦ ଟି ଆମ୍ବୁଲାନ୍ସ ମୁତୟନ କରାଯାଇଛି ।

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ “ମୁଁ ଛାତ୍ରମାନଙ୍କ ପରିବାରର ଦୁଃଖରେ ସାମିଲ ରହିଛି । ଭଗବାନ ସେମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ଏବଂ ଏହି ଛାତ୍ରମାନଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଡଙ୍ଗାରେ ଥିବା ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ରିଲିଫ ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ପ୍ରଶାସନ ସମସ୍ତ କାର୍ଯ୍ୟ କରୁଛି । ”

ଖବର ଅନୁଯାୟୀ, ସମସ୍ତ ଛାତ୍ର ଭଦୋଦରା ନ୍ୟୁ ସନରାଇଜ ବିଦ୍ୟାଳୟରୁ ପିକନିକ କରିବା ପାଇଁ ଆସିଥିଲେ । ରିପୋର୍ଟ ଅନୁଯାୟୀ ଏହି ଡଙ୍ଗାରେ ଏହାର କ୍ଷମତା ଅପେକ୍ଷା ଅଧିକ ଲୋକ ଥିଲେ ଯେଉଁଥିପାଇଁ ଏତେ ବଡ ଦୁର୍ଘଟଣା ଘଟିଥିଲା । ଏଥିସହ ଡଙ୍ଗାରେ ଥିବା ଛାତ୍ର ଓ ଶିକ୍ଷକମାନଙ୍କ ମଧ୍ୟରୁ କେହି ଲାଇଫ୍ ଜ୍ୟାକେଟ୍ ମଧ୍ୟ ପିନ୍ଧି ନଥିଲେ । କହି ରଖୁଛୁ ଯେ ଏହି ପ୍ରସିଦ୍ଧ ହ୍ରଦ ୭ ଏକରରୁ ଅଧିକ ଅଞ୍ଚଳରେ ବ୍ୟାପି ରହିଛି । ୨୦୧୯ ମସିହାରେ ସରକାର ଏହି ପୋଖରୀର ସୌନ୍ଦର୍ଜିକରଣ କରିଥିଲେ । ଦୁର୍ଘଟଣାର ଖବର ପାଇବା ପରେ ଅଭିଭାବକ ମହଲରେ ଦୁଃଖର ଲହରି ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.