ASO ମାମଲା : ରାଜ୍ୟ ସରକାର, OPSC ଓ ଅନ୍ୟ ପ୍ରତିପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ସୁପ୍ରିମକୋର୍ଟରେ ଓଡ଼ିଶା ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ଚୟନ ମାମଲା । ମାମଲାକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମ୍ କୋର୍ଟ । ରାଜ୍ୟ ସରକାର, OPSC ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ କରିଛନ୍ତି ।

କଟକ (କେନ୍ୟୁଜ): ସୁପ୍ରିମକୋର୍ଟରେ ଓଡ଼ିଶା ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ଚୟନ ମାମଲା । ମାମଲାକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମ୍ କୋର୍ଟ । ରାଜ୍ୟ ସରକାର, OPSC ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଜବାବ ଦାଖଲ କରିବାକୁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ରହିଛି । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି ରଜତ ମିଶ୍ର ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ ହୋଇଛି । ଓପିଏସସି ଦ୍ବାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ଏଏସ୍ଓ ନିଯୁକ୍ତି ମାମଲାର ରାୟ ପ୍ରକାଶ କରି ଗତ ଡିସେମ୍ବର ୨୨ ତାରିଖରେ ମେରିଟ ଲିଷ୍ଟ କାଏମ ରଖିଥିଲେ ହାଇକୋର୍ଟ । ଜଣିକିଆ ଖଣ୍ଡପୀଠ ଙ୍କ ରାୟ ଡିଭିଜନ ବେଂଚ ରେ ଖାରଜ ହେବା ସହିତ ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ନାହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.