ଅନଲାଇନ ଗେମରୁ ହତ୍ୟା, ପାସୱାର୍ଡ ନଦେବାରୁ ମାରିଦେଲେ ଚାରି ସାଙ୍ଗ

ଅନଲାଇନ ଗେମ ପାସୱାର୍ଡ ନଦେବାରୁ ଯୁବକଙ୍କୁ ହତ୍ୟା । ଅନଲାଇନ ଗେମ୍ ଖେଳିବା ବେଳେ ବିବାଦ ସୃଷ୍ଟି ହେବାରୁ ପାପାଇ ଦାସ ନାମକ ଜଣେ ଯୁବକକୁ ହତ୍ୟା କରିଛନ୍ତି ଚାରି ଘନିଷ୍ଠ ସାଙ୍ଗ। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଛି ଏହି ଘଟଣା ।

ନୂଆଦିଲ୍ଲୀ : ଅନଲାଇନ ଗେମ ପାସୱାର୍ଡ ନଦେବାରୁ ଯୁବକଙ୍କୁ ହତ୍ୟା । ଅନଲାଇନ ଗେମ୍ ଖେଳିବା ବେଳେ ବିବାଦ ସୃଷ୍ଟି ହେବାରୁ ପାପାଇ ଦାସ ନାମକ ଜଣେ ଯୁବକକୁ ହତ୍ୟା କରିଛନ୍ତି ଚାରି ଘନିଷ୍ଠ ସାଙ୍ଗ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଛି ଏହି ଘଟଣା । ଜାନୁୟାରୀ ୮ ତାରିଖ ସନ୍ଧ୍ୟା ବେଳେ ପାଞ୍ଚ ଜଣ ସାଙ୍ଗ ଏକ ଅନଲାଇନ ଗେମ୍ ଖେଳୁଥିବା ବେଳେ ପାସୱାର୍ଡକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ପାସୱାର୍ଡ ନଦେବାରୁ ଅନ୍ୟ ସାଙ୍ଗମାନେ ପାପାଇଙ୍କୁ ହତ୍ୟା କରିଥିଲେ ।

ହତ୍ୟା କରିବା ପରେ ସେମାନେ ପାପାଇର ମୃତ ଦେହକୁ ପୋଡିବାକୁ ଉଦ୍ୟମ କରିଥିଲେ । ହେଲେ ଶବ ନପୋଡିବାରୁ ଅଧାପୋଡା ମୃତ ଦେହକୁ ଜଙ୍ଗଲରେ ଫୋପାଡି ଦେଇ ପଳାଇଥିଲେ । ସେପଟେ ପାପାଇ ଘରକୁ ନଫେରିବାରୁ ତା ମାଆ ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ପୋଲିସ ଶବ ଉଦ୍ଧାର କରିବା ପରେ ମୋବାଇଲର ଟାୱାର ଲୋକେସନରୁ ଅପରାଧୀମାନଙ୍କୁ ଚିହ୍ନଟ କରିଥିଲା  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.