Below header

ଏହି ଦେଶରେ ରହିଛି ଏକ ରହସ୍ୟମୟ ସହର, ଯାହାକୁ କୁହାଯାଉଛି ‘ପ୍ଲେସ ଅଫ ଗଡ’, ଜାଣନ୍ତୁ କାହିଁକି

ଭଗବାନଙ୍କ ରହସ୍ୟକୁ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି। ଦୁନିଆରେ ଏମିତି ଅନେକ ଜାଗା ଅଛି, ଯାହାକି ଅଦ୍ଭୁତ ତଥା ରହସ୍ୟମୟ ବୋଲି ଜଣାଯାଏ। ଅନେକ ବୈଜ୍ଞାନିକ ଏହି ରାହସ୍ୟଗୁଡିକ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି, ହେଲେ କେହି ବି ଏହାକୁ ଭେଦ କରିପାରି ନାହାନ୍ତି। ଏମିତି ହିଁ ଏକ ସ୍ଥାନ ରହିଛି ମେକ୍ସିକୋରେ, ଯାହାକୁ ‘ପ୍ଲେସ ଅଫ ଗଡ(Place Of God)’ ବୋଲି କୁହାଯାଏ। ଅର୍ଥାତ ଭଗବାନଙ୍କ ସ୍ଥାନ।

2

ଏଠାରେ ଅନେକ ରହସ୍ୟ ଭରି ରହିଥିବା କୁହାଯାଏ, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ। ମେକ୍ସିକୋର ଟିଆଟିହୁଆକନ ସହରକୁ ହିଁ ରହସ୍ୟମୟ ଜାଗା ଭାବେ ଗଣାଯାଇଥାଏ। ସହରରେ ପିରାମିଡର ଏକ ଧ୍ଵଂସାବଶେଷ ରହିଛି, ଯାହାକୁ ୧୪ଶ ଶତାବ୍ଦୀରେ ଆବିସ୍କୃତ କରାଯାଇଥିଲା। ଏଜଟେକ୍ସ ସାମ୍ରାଜ୍ୟର ଲୋକେ ଏହାର ସନ୍ଧାନ କରିଥିଲେ ଏବଂ ସେମାନେ ହିଁ ଏହାର ନାଁ ଟିଆଟିହୁଆକନ ସହର ରଖିଥିଲେ। ଏହା ପୂର୍ବରୁ ଏହି ଜାଗା ବିଷୟରେ ନା କିଏ ଜାଣିଥିଲା ନା ଏହାର ନାମ ସହିତ ପରିଚିତ ଥିଲା।

3

ତେବେ ଶୁଣାଯାଏ ଯେ ଏଜଟେକ୍ସଙ୍କୁ ଲାଗୁଥିଲା, ଏହି ସହର ରହସ୍ୟମୟ ତାରିକାରେ ଆପେ ହିଁ ସୃଷ୍ଟି ହୋଇଯାଇଥିଲା। ଜାଗାଟି ଆଜି ବି ରାହାସ୍ୟାବୃତ୍ତ ହୋଇ ରହିଛି। ଏହାକୁ କିଏ, କେବେ ଏବଂ କେଉଁଥିପାଇଁ ତିଆରି କରିଥିଲା, ତାହା ସମସ୍ତଙ୍କୁ ଅଗୋଚର। ଏପରିକି, ଏହା ବିଷୟରେ କୌଣସି ପୁସ୍ତକରେ ବି ଲେଖାହୋଇ ନାହିଁ। ଅନୁମାନ କରାଯାଏ, ଏହି ସହରରେ ଦିନ ଥିଲା ୨୫ ହଜାର ଲୋକ ବସବାସ କରୁଥିଲେ। କାରଣ, ଏହା ବହୁତ ବଡ଼ ଅଞ୍ଚଳକୁ ବ୍ୟାପିରହିଥିଲା।

4

ସହରର ନିର୍ମାଣ ଶୈଳୀ ଗ୍ରୀକ ପ୍ରଣାଳୀରେ ହୋଇଛି। ଏତେ ବିକଶିତ ହେବା ସତ୍ତ୍ବେ ୧୪ଶ ଶତାବ୍ଦୀ ପୂର୍ବରୁ ଲୋକେ ଏହା ବିଷୟରେ ଜାଣିପାରି ନ ଥିଲେ। ଏହି ରହସ୍ୟମୟ ସହରର ଏକ ପିରାମିଡ ତଳୁ ଅନେକ ଲୋକଙ୍କ ହାଡ଼ ମିଳିଥିଲା, ଯେଉଁ କାରଣରୁ ଏଠାରେ ଶତାଧିକ ଲୋକଙ୍କୁ ଏକାଠି ବଳି ଦିଆଯାଇଥିଲା ବୋଲି କୁହାଯାଏ। ଆଜି ପର୍ଯ୍ୟନ୍ତ ଏହି ସହର ବିଷୟରେ କୌଣସି ଠୋସ ପ୍ରମାଣ ନାହିଁ ଯେ କେବେ ଓ କିଏ ଏହାକୁ ତିଆରି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.