Below header

ହୁଇଲ ଚେୟାରରୁ ପଡିଯାଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ଘୋଡା ଜିତିନେଲା ଲୋକଙ୍କ ହୃଦୟ, ଦେଖନ୍ତୁ ଏହି ସୁନ୍ଦର୍ ଭିଡିଓ

ସୋସିଆଲ ମିଡ଼ିଆରେ ସବୁବେଳେ ଅନେକ ପ୍ରକାରର ଭିଡିଓ ଭାଇରାଲ୍ ହୋଇଥାଏ । ତେବେ ସେଥିମଧ୍ୟରୁ କିଛି ଭିଡିଓ ହୃଦୟକୁ ଛୁଇଁ ଯାଇଥାଏ । ନିକଟରେ ଏହିପରି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁ ଭିଡ଼ିଓକୁ ଦେଖିବା ପରେ ଆପଣ ଘୋଡ଼ାଟିର ବୁଦ୍ଧିକୁ ତାରିଫ ନକରି ରହି ପାରିବେ ନାହିଁ ।


ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ହୁଇଲ ଚେୟାରରେ ବସିଥିବା ଜଣେ ଲୋକ ଅଚାନକ଼୍ ରାସ୍ତାରେ ଯାଉ ଯାଉ ପଡି ଯାଇଛନ୍ତି । ଏହାପରେ ଘୋଡ଼ାଟି ଉକ୍ତ ବ୍ୟକ୍ତି ଜଣଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ପାଖରେ ପହଞ୍ଚୁଛି । କେବଳ ସେତିକି ନୂହେଁ ଅନେକ ପରିଶ୍ରମ ପରେ ଘୋଡ଼ାଟି ବ୍ୟକ୍ତି ଜଣଙ୍କୁ ନିଜ ପିଠିରେ ବସାଇବାରେ ସଫଳ ହେଉଛି । ତେବେ ଏହି ଭିଡ଼ିଓକୁ IFS ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ ଏବଂ କ୍ୟାପ୍ସନରେ ଲେଖିଥିଲେ “ପଶୁମାନେ ମଧ୍ୟ ଦୟାଳୁ ହୋଇଥାନ୍ତି” । ଏହି ଭିଡିଓଟି ବର୍ତ୍ତମାନ୍ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.