କୁକୁର ମୁଣ୍ଡରେ ଉଠିଲା ଶିଙ୍ଗ, ପରୀକ୍ଷା ପରେ ଡାକ୍ତର କହିଲେ ଏମିତି କଥା…

କୁକୁର ମୁଣ୍ଡରେ ଶିଙ୍ଗ ଥିବା କଥାକୁ କେହି ସାଧାରଣତଃ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏବେ ଏପରି ଏକ କୁକୁର ସାମ୍ନାକୁ ଆସିଛି ଯାହାର ମୁଣ୍ଡରେ ଶିଙ୍ଗ ରହିଛି। ଏହାକୁ କେହି କେହି ଶିଙ୍ଗ ନ କହି ଦ୍ୱିତୀୟ ଲାଞ୍ଜ ମଧ୍ୟ କହୁଛନ୍ତି। କାରଣ ଶିଙ୍ଗ ଟାଣ ହୋଇଥିବା ବେଳେ ଏହା ହାତକୁ ଖୁବ୍‌ ନରମ ଲାଗୁଛି।

ମିଶୋରୀରେ ଚଳିତମାସ ଏହି କୁକୁରକୁ ଉଦ୍ଧାର କରାଯାଇଛି। କୁକୁରଟିକୁ ବର୍ତ୍ତମାନ ମାତ୍ର ୧୦ ସପ୍ତାହ ହୋଇଥିବା ବେଳେ ନାଁ ରଖାଯାଇଛି ନରହ୍ଵାଲ୍‌। ତେବେ ଏକ୍ସରେ ପରେ ନରହ୍ଵାଲ୍‌ ମୁଣ୍ଡରେ ଥିବା ଶିଙ୍ଗରେ ମେରୁହାଡ଼ ନଥିବା ଜଣାଯାଇଛି। ଏହା କୁକୁରର ଶିଙ୍ଗ ନୁହେଁ ବରଂ ଜନ୍ମଗତ ସମସ୍ୟା ଯୋଗୁ ଦ୍ୱିତୀୟ ଲାଞ୍ଜ ସୃଷ୍ଟି ହୋଇଥିବା ଡାକ୍ତରମାନେ କହିଛନ୍ତି। ଡାକ୍ତର ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଙ୍ଗଟି ମୁଭମେଣ୍ଟ କରିବ ନାହିଁ କି ନରହ୍ଵାଲ୍‌କୁ କୌଣସି ପ୍ରକାର ସାହାଯ୍ୟ ମଧ୍ୟ କରିପାରିବ ନାହିଁ।

ଏହାସହ ପଢନ୍ତୁ: ଏମିତି ଏକ ପରିବାର ଯେଉଁଠି ଦୈନିକ ଖିଆଯାଏ ୧୦୦ କେଜି ଚାଉଳ, ୬୦ କେଜି ଆଳୁ

 

ମୁଣ୍ଡ ଉପରେ ଥିବା ଏହି ଲାଞ୍ଜ ଯୋଗୁ ନରହ୍ଵାଲ୍‌କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଡାକ୍ତର କହିଛନ୍ତି। ଏଣୁ ଏହାକୁ ଶରୀରରୁ ଅଲଗା କରିବା ଆବଶ୍ୟକତା ନାହିଁ। ବର୍ତ୍ତମାନ ଏକ ପରିବାର ନରହ୍ଵାଲକୁ ପୋଷିବା ଦାୟିତ୍ୱ ନେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.