ପୃଥିବୀ ଉପରକୁ ମାଡ଼ି ଆସୁଛି ମହାବିପଦ : ୨୦୫୦ ମସିହାରେ ହେବ ଜଳ ପ୍ରଳୟ, ସବୁଠାରୁ ଅଧିକ କ୍ଷତିଗ୍ରସ୍ଥ ହେବ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା

ପୃଥିବୀ ଉପରକୁ ମାଡ଼ି ଆସୁଛି ମହାବିପଦ । ୨୦୫୦ ବେଳକୁ ସମୁଦ୍ରର ଆଁ ଭିତରେ ପୃଥିବୀର ଅନେକ ଭୂଭାଗ ନିଶ୍ଚିହ୍ନ ହୋଇଯିବ । କ୍ଲାଇମେଟ୍‌ ସେଣ୍ଟ୍ରାଲ ଏଭଳି ଚେତାବନୀ ଦେଇ ଚଳିତ ଶତାବ୍ଦୀର ମଧ୍ୟ ଭାଗକୁ ସମୁଦ୍ର ଭୀଷଣ ରୂପ ନେବ ବୋଲି କହିଛି । ଜଳପତ୍ତନ ୨ ରୁ ୭ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ପୃଥିବୀର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ପାଣିରେ ବୁଡିଯିବା । ୩୦ କୋଟି ବାସଗୃହ ପ୍ରଭାବିତ ହେବ । ୨୧୦୦ ମସିହା ବେଳକୁ ଏହି ସଂଖ୍ୟା ୬୩ କୋଟି ଟପି ଯାଇପାରେ । ଜଳ ପ୍ରଳୟର କାରଣ ହେବ ଜଳବାୟୁ ପରିବର୍ତ୍ତନ ।ରିପୋର୍ଟ ଅନୁସାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ଏସିଆ ମହାଦେଶ ।

seaଚୀନ, ବାଂଲାଦେଶ, ଭାରତ, ଭିଏତନାମ୍‌, ଇଣ୍ଡେନେସିଆ ଓ ଥାଇଲାଣ୍ଡ ସର୍ବାଧିକ ପ୍ରଭାବିତ ହେବେ । ତାଲିକାର ୩ ନମ୍ବର ସ୍ଥାନରେ ରହିଛି ଭାରତ । ଭାରତର ସାଢେ ୩ କୋଟିରୁ ଅଧିକ ଲୋକ ଜଳ ପ୍ରଳୟର ଶିକାର ହେବେ । ମୁମ୍ବାଇ ଓ କୋଲକାତା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବେ । ଓଡ଼ିଶା ପାଇଁ ସତର୍କ ଘଣ୍ଟି ବଜାଇଛି ଏହି ରିପୋର୍ଟ ।ଓଡ଼ିଶାର ୫ଟି ଉପକୂଳବର୍ତ୍ତୀ ଜିଲ୍ଲା ଏଥିରେ ପ୍ରଭାବିତ ହେବେ । ବାଲେଶ୍ୱର, ଭଦ୍ରକ, କଟକ, ପୁରୀ ଓ ଗଂଜାମ ଜିଲ୍ଲାର କେତେକ ତଟ ଅଞ୍ଚଳକୁ ସମୁଦ୍ର ବୁଡାଇ ଦେବ । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା । ସମୁଦ୍ର ମାଡି ଆସିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାହା ପ୍ରଭାବିତ ହେବାକୁ ଥିବା ଦେଶ ଗୁଡିକରେ ରାଜନୈତିକ ଓ ଆର୍ଥିକ ଅସ୍ଥିରତା ସୃଷ୍ଟି କରିବ ।

Leave A Reply

Your email address will not be published.