Below header

ରାତିରେ ଅଗ୍ନି, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପ୍ରଥମ ଥର ପାଇଁ ରାତିରେ ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଡିଆରଡିଓ ପକ୍ଷରୁ ଧାମରାର ଅବଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡରୁ ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୨କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୨ହଜାର କିଲୋମିଟରରୁ ଅଧିକ ରହିଛି। ଅଗ୍ନି-୨ର କ୍ଷେପଣାସ୍ତ୍ରର ଲମ୍ବ ୨୦ମିଟର, ମୋଟେଇ ୧.୩ମିଟର ଓ ଓଜନ ୧୭ଟନ ରହିଛି। ଏକହଜାର କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହି ପରୀକ୍ଷଣ ଭାରତୀୟ ସ୍ଥଳସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା କରାଯାଇଥିଲା। ନାଭିଗେସନ ସିଷ୍ଟମ, ଗ୍ଲୋବାଲ ପୋଜିସନିଂ ସିଷ୍ଟମରେ ଏହାର ନୀରିକ୍ଷଣ କରାଯାଇଥିବା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ମିସାଇଲର ପରୀକ୍ଷଣ ରାତିରେ କରାଯାଇଥବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.