ଓଭର ମେକ୍‌ଅପ୍‌ ସହ ଗହଣା ଯୋଗୁ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ, ଲୋକେ କହିଲେ ଏମିତି…

କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ଗୀତ ଏକ ପ୍ୟାର୍‌ କା ନଗମା ଗାଇ ଚର୍ଚ୍ଚାର ପରିସରକୁ ଆସିଥିବା ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥରକ ଗୀତ ପାଇଁ ନୁହେଁ, ବରଂ ମେକ୍‌ଅପ୍‌ ପାଇଁ ଲୋକଲୋଚନକୁ ଆସିଛନ୍ତି ରାନୁ। ନିକଟରେ ରାନୁଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ରାନୁ ଏତେ ଅଧିକ ମେକ୍‌ଅପ୍‌ ନେଇଛନ୍ତି ଯେ ଯିଏ ଦେଖିବା ହସିବ। କେବଳ ମେକଅପ୍‌ ନୁହେଁ ରାନୁ ଅଧିକ ଗହଣା ମଧ୍ୟ ପିନ୍ଧିଛନ୍ତି।

ଦେଖନ୍ତୁ ଫଟୋ:

ଆବଶ୍ୟକତାରୁ ଅଧିକ ମେକ୍‌ଅପ୍‌ ଲଗାଇଥିବା ରାନୁଙ୍କ ଫଟୋ ଏକ ଇଭେଣ୍ଟ ବେଳର ବୋଲି ଜଣାଯାଇଛି। ଫଟୋରେ ରାନୁ ମଣ୍ଡଳ ଡିଜାଇନର ଡ୍ରେସ୍‌ ପିନ୍ଧିଛନ୍ତି। ଏଥିସହ ବହୁତ ଗହଣା ମଧ୍ୟ ପିନ୍ଧିଥିବା ନଜର ଆସିଛି। ଓଭର ମେକଅପ୍‌ ଯୋଗୁ ରାନୁଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ କରାଯାଉଥିବା ଦେଖିବାକୁ ମିଳିଛି। ୟୁଜରମାନେ ମେକ୍‌ଅପ୍‌ ଆଟିଷ୍ଟଙ୍କୁ ୨୦୨୦ର ଓସ୍କାର ମିଳିବା ଦରକାର ବୋଲି କହିଛନ୍ତି।

ଏହାସହ ପଢ଼ନ୍ତୁ:  ଲୋକପ୍ରିୟ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ଭୟଙ୍କର ମାଡ଼ ମାରିବାପରେ ମନ ବୁଝିଲାନି ଦୁର୍ବୃତ୍ତମାନେ କଲେ ଏଭଳି ଅତ୍ୟାଚାର

ସୂଚନାଯୋଗ୍ୟ ଯେ, ବଲିଉଡ୍‌ରେ ଗୀତ ଗାଇବା ପରେ ରାନୁ ମଣ୍ଡଳ ଏବେ ଚର୍ଚ୍ଚାରେ। ନିକଟରେ ଫଟୋ ଉଠାଇବାକୁ କେନ୍ଦ୍ର କରି ରାନୁ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେହି ଦୃଶ୍ୟ ଭାଇରାଲ ହେବା ପରେ ଲୋକେ ରାନୁଙ୍କୁ ଟ୍ରୋଲ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.