ଜାଣନ୍ତିକି ଆପଣଙ୍କ ପ୍ରିୟ Tik Tok ଆପର ମାଲିକଙ୍କ ବାର୍ଷିକ ରୋଜଗାର କେତେ?

ଏବେକା ସମୟରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଟିକ ଟକ ପାଇଁ ଏକ ପ୍ରକାର ପାଗଳ । କିନ୍ତୁ ଏପରି ଏକ ଲୋକପ୍ରିୟ ଆପ ପଛରେ ଯାହାର ହାତ ଅଛି ତାଙ୍କ ବିଷୟରେ ହୁଏତ ଖୁବ କମ ଲୋକ ଜାଣିଥିବେ । ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚାଇନାର ବେଜିଙ୍ଗ ସହରର ବାସିନ୍ଦା ଝାଙ୍ଗ ବାଇମିଙ୍ଗ । ସେ ଏମିତି ଏକ ବ୍ୟକ୍ତି ଯିଏକି ନିଜ ଚେଷ୍ଟା ଓ ନିରନ୍ତର ପ୍ରୟାସ ମାଧ୍ୟମରେ ସଫଳତାର ଶିଖରକୁ ଛୁଇଁ ପାରିଛନ୍ତି । ଭିଡିଓ ଷ୍ଟ୍ରୀମିଙ୍ଗ ଆପ ‘ଟିକ ଟକ’ର ପ୍ରତିଷ୍ଠା କରି ଆଜି ସେ ପୃଥିବୀର କୋଣ ଅନୁକୋଣରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଟିକ ଟକର ଆଜି ପୁରା ଦୁନିଆରେ ୫୦୦ ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି ।

jhang

ଏମିତିକି ଫୋବର୍ଷ ତାଲିକା ଅନୁସାରେ ଝାଙ୍ଗ ଚୀନର ସବୁଠୁ ଧନୀ ମାନଙ୍କ ତାଲିକାରେ ୯ ମ ସ୍ଥାନରେ ଅଛନ୍ତି । ୩୫ ବର୍ଷୀୟ ଝାଙ୍ଗ ୨୦୧୨ ମସିହାରେ ‘ବାଇଟ ଡାନ୍ସ’ ନାମକ ଏକ କମ୍ପାନୀର ସ୍ଥାପନା କରିଥିଲେ | ସେବେଠାରୁ ହିଁ ପଛଘୁଞ୍ଚା ଦେଇନାହାନ୍ତି । ୨୦୧୮ ମସିହାରେ ଏହି କମ୍ପାନୀ ୧୨ ଲକ୍ଷ କୋଟି ଡଲାର ଅର୍ଥ ରୋଜଗାର କରିଥିଲା । କିନ୍ତୁ ହିଁ ସଫଳତା ତାଙ୍କୁ କେମିତି ମିଳିଲା ତାହା ପଛର ପ୍ରକୃତ କାରଣ ହୁଏତ ଖୁବ କମ ଲୋକ ଜାଣିଥିବେ । ଝାଙ୍ଗଙ୍କ ଜନ୍ମ ୧୯୮୩ ମସିହାରେ ଚୀନର ଫୁଜିୟାମା ପ୍ରାନ୍ତରେ ହୋଇଥିଲା । ସେ ୨୦୦୫ ମସିହାରେ ନାନକାୟୀ ବିଶ୍ୱ ବିଦ୍ୟାଳୟରୁ ମାଇକ୍ରୋଇଲେକ୍ଟ୍ରୋନିକ୍ସ ରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ ।

ଏହା ସହ ପଢନ୍ତୁ: ରାତିରେ ଅଗ୍ନି, ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନିଜ ପଢା ଶେଷ କରିବା ପରେ ସେ ଏକ କମ୍ପାନୀରେ କିଛି ଦିନ ପାଇଁ ଚାକିରୀ କରିଥିଲେ । ଏହି ସମୟ ଭିତରେ ଝାଙ୍ଗ ଙ୍କର ଅନୁଭୂତି ବୃଦ୍ଧି ପାଇଥିଲା । ଫଳରେ ୨୦୧୭ ମସିହାରେ ସେ ଏକ ସଂଗୀତ କମ୍ପାନୀ ଏକ ବିଲିୟନ ଡଲାରରେ କିଣି ତାର ନାମ ‘ଟିକ ଟକ’ ରଖି ଦେଇଥିଲେ । ୨୦୧୮ ମସିହାରେ ଟିକ ଟକର ଲୋକ ପ୍ରିୟତା ବହୁତ ବଢିଯାଇଥିଲା । ଏମିତିକି ଆମେରିକାରେ ଏହା ସବୁଠୁ ଅଧିକ ଡାଉନ ଲୋଡ଼ କରିବା ଵାଲା ଆପ ବନିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.