Below header

ଟ୍ୱିଟର ଆଣୁଛି ନୂଆ ନିୟମ, ଏବେ ୟୁଜର ବିଚାର କରିବେ ତାଙ୍କର ଟ୍ୱିଟ ରିଟ୍ୱିଟ ହେବ କି ନାହିଁ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର ଆସନ୍ତା ବର୍ଷ ନିଜର ରିଟ୍ୱିଟକୁ ନେଇ ନିୟମ ବଦଳାଇବାକୁ ଯାଉଛି । ଟ୍ୱିଟରର ଭାଇସ ପ୍ରେସିଡେଣ୍ଟ ଡେଣ୍ଟଲି ଡେଭିସଙ୍କ କହିବା ଅନୁଯାୟୀ ୟୁଜରର ଅନୁଭବକୁ ଆହୁରି ଉନ୍ନତ କରିବା ପାଇଁ ସେମାନଙ୍କୁ ଏଭଳି ବିକଳ୍ପ ଦିଆଯାଉଛି । ଯେଉଁଥିରେ ନିଜର ଟ୍ୱିଟକୁ ଅନ୍ୟଜଣେ ରିଟ୍ୱିଟ କରିପାରିବ କି ନାହିଁ ସେକଥା ନିଜେ ଟ୍ୱିଟ କରିଥିବା ବ୍ୟକ୍ତି ହିଁ ଧାର୍ଯ୍ୟ କରିବେ । ନିକଟରେ ଟ୍ୱିଟର ସୋସିଆଲ ମିଡ଼ିଆ ପ୍ରୋପାଗଣ୍ଡା ଚଳାଇବା ପାଇଁ ଟ୍ୱିଟ୍କୁ ଭାଇରଲ କରାଯାଉଥିବା ବିରୁଦ୍ଧରେ ନୂଆ ନୀତି ଆଣିବା ପାଇଁ ପ୍ରସ୍ତୁତ ହେଉଛି ।

ଏହାସହ ପଢନ୍ତୁ ସାବଧାନ ! ଫେସବୁକ ଗୁପ୍ତଭାବେ କରୁଛି ଆପଣଙ୍କ ଫୋନ କ୍ୟାମେରାର ବ୍ୟବହାର, ଦେଖନ୍ତୁ ଭିଡିଓ

ସୂଚନା ଅନୁଯାୟୀ ଡେଭିସ ଏକ ଟ୍ୱିଟ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ୨୦୨୦ ମସିହାରେ ଅନେକ ପରିବର୍ତ୍ତନ ଉପରେ ଧ୍ୟାନ ଦେବାକୁ ପଡିବ । ଯେପରିକି କୌଣସି ୟୁଜର ନିଜର ଏକ ସ୍ୱତନ୍ତ୍ର ଟ୍ୱିଟକୁ ରିଟ୍ୱିଟ କରିବାର ଅପ୍ସନକୁ ବନ୍ଦ କରିପାରିବେ କିମ୍ବା ଜଣେ ୟୁଜର ଅନ୍ୟର ସହମତି ବିନା ତାକୁ କୌଣସି ମେନସନ କରିପାରିବ ନାହିଁ । ଏହା ବ୍ୟତୀତ ବ୍ୟବହାରକାରୀ ନିଜ ଇଛାରେ ଯେକୌଣସି ପ୍ରକାର ବିତର୍କରୁ ବାହାରିଯାଇ ପାରିବେ ଇତ୍ୟାଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.