ଦୁବାଇର ଏ ହେଉଛନ୍ତି ଧନୀ ମଡେଲ୍‌, ଯେମିତି ରଙ୍ଗର ଡ୍ରେସ୍‌ ପିନ୍ଧନ୍ତି, ସେମିତି ରଙ୍ଗର ଗାଡ଼ି ଚଲାନ୍ତି

ଦୁବାଇର ଜଣାଶୁଣା ମଡେଲ ଲାନା ରୋଜ୍‌ ନିଜର ସୁନ୍ଦରତା ଏବଂ ଷ୍ଟାଇଲ୍‌ ପାଇଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛନ୍ତି। ସେ ଜଣେ ୟୁଟ୍ୟୁବର। ସୋସିଆଲ ମିଡିଆରେ ଲାନା ନିଜ ଲାଇଫ୍‌ଷ୍ଟାଇଲ ଦର୍ଶକଙ୍କ ସହ ଶେୟାର କରିଥାଆନ୍ତି। ତାଙ୍କୁ ରାଜା ଭଳି ଜୀବନ ଜିଇଁବା ପସନ୍ଦ ଆସିଥାଏ।

car1

ଏହାସହ ପଢ଼ନ୍ତୁ: ଏମିତି ଏକ ପରିବାର ଯେଉଁଠି ଦୈନିକ ଖିଆଯାଏ ୧୦୦ କେଜି ଚାଉଳ, ୬୦ କେଜି ଆଳୁ

ଲାନା ସବୁବେଳେ ସେହି ରଙ୍ଗର ଗାଡ଼ି ଚଲାନ୍ତି, ଯେଉଁ ରଙ୍ଗର ସେ ଡ୍ରେସ୍‌ ପନ୍ଧନ୍ତି। ବହୁତ କମ୍‌ ଲୋକ ଜାଣିଛନ୍ତି, ଲାନା ହେଉଛନ୍ତି ଜଣାଶୁଣା ୟୁଟ୍ୟୁବର ମୋ ଭ୍ଲୋଗ୍‌ସଙ୍କ ଭଉଣୀ। ତାଙ୍କ ବାପାଙ୍କ ନାଁ ଇସ୍‌ମାଇଲ୍‌ ବେରାଗଢ଼ାରୀ ଏବଂ ମା’ଙ୍କ ନାଁ ନାଦେଶ ସମିମି। ତେବେ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଛନ୍ତି। ବାପା ଆଉ ଗୋଟିଏ ବିବାହ କରିଥିବା ବେଳେ ମା’ କିନ୍ତୁ ଏକାକୀ ଜୀବନ ବିତାଉଛନ୍ତି।

car22

ଏହାସହ ପଢ଼ନ୍ତୁ: ପଣ୍ଡିତ ବେଶରେ ବାହାଘର କରାଇଲେ ଏହି ପୋଲିସ କର୍ମଚାରୀ, ଜାଣନ୍ତୁ ପୂରା ଘଟଣା

ଲାନାଙ୍କ ସୁନ୍ଦରତା ପାଇଁ ସାରା ବିଶ୍ୱର ଲୋକେ ତାଙ୍କୁ ପସନ୍ଦ କରିଥାଆନ୍ତି। ସେ ହିପ୍‌ହପ୍‌ ର‍୍ୟାପ୍‌ ମଧ୍ୟ କରିଥାଆନ୍ତି। ଆଉ ନିଜର ସୌଖିନ ଜୀବନଶୈଳୀ ଦ୍ୱାରା ଫ୍ୟାନ୍‌ମାନଙ୍କ ମନୋରଞ୍ଜନ କରନ୍ତି। ଦର୍ଶକମାନେ ତାଙ୍କ ଭିଡିଓ ଦେଖିବାକୁ ପାଗଳ ହୁଅନ୍ତି। ଲକ୍ଷ ଲକ୍ଷ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରୁଛନ୍ତି।

You might also like