ଚାଣକ୍ୟ ନୀତି : ସନ୍ତାନଙ୍କୁ ଯୋଗ୍ୟ କରିବାର ରହସ୍ୟ ଲୁଚି ରହିଛି ଏହି ଶ୍ଳୋକରେ,ଆସନ୍ତୁ ଜାଣିବା

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି | ଆସନ୍ତୁ ଜାଣିବା ସନ୍ତାନଙ୍କୁ ଯୋଗ୍ୟ କରିବାର ରହସ୍ୟ ଏହି ଶ୍ଳୋକରୁ |

ଲାଳୟେତେପଞ୍ଚବର୍ଷାଣି ଦଶ ବର୍ଷାଣି ତାଡ଼ୟେତ |
ପ୍ରାପ୍ତେସୁ ଷୋଡଶେ ବର୍ଷେ ପୁତ୍ରମ ମିତ୍ର ବଦାଚରେତ ||

ଅର୍ଥ : ଚାଣକ୍ୟ ନୀତି ଅନୁସାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାର ଲାଳନ ପାଳନ କରିବା ଉଚିତ | ଦଶ ବର୍ଷ ପର୍ଯ୍ୟନ୍ତ ତାକୁ ଛାଟ ପାହାର ଦ୍ୱାରା ଡ଼ରାଇବ | କିନ୍ତୁ ଯେବେ 16 ବର୍ଷର ହୋଇଯାଏ ତେବେ ମିତ୍ର ଭଳି ତା ସହିତ ବ୍ୟବହାର କରିବା ଉଚିତ | ଏମିତି କରିବା ଦ୍ୱାରା ସନ୍ତାନ ଯୋଗ୍ୟ ଏବଂ ଅନୁଶାସିତ ହୋଇଥାଏ | ସନ୍ତାନ ବିଷୟରେ କହିଥିବା ଚାଣକ୍ୟଙ୍କର ଏହି କଥା ସନ୍ତାନକୁ ଶାନ୍ତ ଓ ସୁଧାର କରି ଗଢିବାରେ ସହାୟକ ହୋଇଥାଏ |

କିଂ ଜାତେର୍ବହୁଭି ପୁତ୍ରେ ଶୋକ ସଂତାପକାରକେ |
ବରଂ ଏକ କୁଳାଲମ୍ବୀ ୟତ୍ର ବିଶ୍ରାମ୍ୟତେ କୁଳମ ||

ଅର୍ଥ : ଚାଣକ୍ୟ ନୀତି ରେ ଏହି ଶ୍ଳୋକ ର ଅର୍ଥ ,ଏମିତି ଅନେକ ପୁତ୍ର କେଉଁ କାମର ଯିଏ ଦୁଖଃ ଏବଂ ନିରାଶା ସୃଷ୍ଟି କରିଥାଏ | ବରଂ ଗୋଟିଏ ପୁତ୍ର ଭଲ ଯିଏ ସମ୍ପୂର୍ଣ ଘରକୁ ସାହାରା ଏବଂ ଶାନ୍ତି ପ୍ରଦାନ କରିଥାଏ |

 ମୂର୍ଖା ଯତ୍ର ନ ପୁଜ୍ୟନ୍ତେ ଧ୍ୟାନ୍ୟମ ଯତ୍ର ସୁସଶ୍ଚିତମ୍ |
ଦାମ୍ପତ୍ଯେ କଳହୋ ନାସ୍ତି ତତ୍ର ଶ୍ରୀଃ ସ୍ବୟମାଗତା ||

ଅର୍ଥ  :  ଚାଣକ୍ୟ ନୀତି ଅନୁସାରେ ଧନର ଦେବୀ ଲକ୍ଷ୍ମୀ ସେହି ସ୍ଥାନକୁ ନିଜେ ଚାଲି ଆସନ୍ତି ଯେଉଁ ଠାରେ ମୂର୍ଖ ମାନଙ୍କୁ ସମ୍ମାନ ଦିଆଯାଏ ନାହିଁ | ଶସ୍ୟର ଠିକ ଢଙ୍ଗରେ ଭଣ୍ଡାର କରାଯାଏ ,ସ୍ୱାମୀ-ସ୍ତ୍ରୀ ନିଜ ନିଜ ଭିତରେ କଳହ ଓ ବିବାଦ କରୁ ନ ଥିବେ | ଚାଣକ୍ୟଙ୍କ ଏହି ଶ୍ଲୋକର ଅର୍ଥ ହେଉଛି ଲକ୍ଷ୍ମୀଜୀଙ୍କର କୃପା ସେହି ସ୍ଥାନ ରେ ଅବଶ୍ୟ ହୋଇଥାଏ ଯେଉଁ ଠାରେ ବିଦ୍ୱାନ ସମ୍ମାନ ପାଆନ୍ତି ,ଅନ୍ନର ଭଣ୍ଡାର ରହିଥାଏ | ଏହା ସହିତ ଲକ୍ଷ୍ମୀଜୀ ସେ ସ୍ଥାନକୁ ଛାଡ଼ିକରି କେବେବି ଯାଆନ୍ତି ନାହିଁ ଯେଉଁ ଘରେ ପତି ଏବଂ ପତ୍ନୀ ପ୍ରେମରେ ରହନ୍ତି ଓ ଜଣେ ଅନ୍ୟ ଜଣଙ୍କ ପ୍ରତି ସମର୍ପଣ ଭାବ ରଖିଥାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.