Below header

ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୮ ଜଣ ଦିବ୍ୟାଙ୍ଗ ମହିଳାଙ୍କୁ ସମ୍ମାନିତ କଲା ସ୍ୱାଭିମାନ ଅନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍):  ଦିବ୍ୟାଙ୍କ ପାଇଁ କାମ କରୁଥିବା ସ୍ୱାଭିମାନ ଅରଗାନାଇଜେସନ୍‌ ପକ୍ଷରୁ ଭୂବନେଶ୍ୱରର ହୋଟେଲ୍‌ରେ ପାଳିତ ହୋଛି ଅର୍ନ୍ତଜାତୀୟ ମହିଳା ଦିବସ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୮ ଜଣ ଦିବ୍ୟାଙ୍ଗ ମହିଳାଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ସ୍ୱାଭିମାନର ପ୍ରତିଷ୍ଠାତା ଭିଡିଓବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।

ଏଥିସହ ୮ ଜଣ ମହିଳା ଉଦ୍ୟୋଗୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଦିବ୍ୟାଙ୍ଗ ମହିଳାଙ୍କ କ୍ଷେତ୍ରରେ କରାଯାଉଥିବା ବାଧ୍ୟତାମୂଳକ ବନ୍ଧ୍ୟାକରଣ ବିରୋଧରେ ଆଗକୁ ସ୍ୱାଭିମାନ ପକ୍ଷରୁ ଏକ ପାଞ୍ଚବର୍ଷିଆ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆଜିର କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ମହିଳା ଉପସ୍ଥିତ ଥିଲେ । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.