Below header

ବିଶ୍ୱର ଏହି ସହର ତିଆରି କରୁଛି ‘ସାଇକେଲ କବରସ୍ଥଳୀ’, କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

ଆପଣ ଏ ପର୍ଯ୍ୟନ୍ତ ମଣିଷଙ୍କ କବରସ୍ଥଳୀ ଦେଖିଥିବେ। କିନ୍ତୁ କେବେ ସାଇକେଲର କବରସ୍ଥଳୀ ଦେଖିଛନ୍ତି କି? ଏହି ପ୍ରଶ୍ନ ଆପଣଙ୍କୁ ଅଜବ ଲାଗୁଥିବ, ହେଲେ କଥାଟି ସତ। ଚୀନରେ ବଡ଼ ବଡ଼ ସହରର ପଡ଼ିଆ ଏବେ ସାଇକେଲ କବରସ୍ଥଳୀରେ ପରିଣତ ହେବାରେ ଲାଗିଛି।

ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଚୀନ ବିଶାଳ ଉପାୟରେ ସାଇକେଲ ସେୟାରିଂର କନସେପ୍ଟ ଲାଗୁ କରିଛି। ଏହା ଲାଗୁ ହେବା ଦ୍ୱାରା ବେଜିଂ ଏବଂ ସାଂଘାଇ ଭଳି ମହାନଗରରେ ପ୍ରଦୂଷଣ ଉପରେ ରୋକ ଲଗାଯାଇପାରିଛି। ହେଲେ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ସାଇକେଲଗୁଡ଼ିକ ଏବେ ସମସ୍ୟା ସୃଷ୍ଟି କରିଛି।

kj

ଦେଶରେ ପୋଲିସର କାମ ବଢ଼ିଯାଇଛି। ପାର୍କ ଏବଂ ଫୁଟପାଥରେ ଲୋକେ ଛାଡିଯାଇଥିବା ସାଇକେଲଗୁଡ଼ିକୁ ପୋଲିସ ଏବେ ଜମା କରିବାରେ ଲାଗିଛି। ଏଗୁଡ଼ିକୁ ପୋଲିସ ସହର ବାହାରେ ଏକ ବିରାଟ ପଡ଼ିଆରେ ଗଦା କରୁଛି। କିନ୍ତୁ ଦିନକୁ ଦିନ ସାଇକେଲ ସଂଖ୍ୟା ଏତେ ବଢ଼ିଚାଲିଛି ଯେ ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ଚିନ୍ତିତ ହୋଇପଡ଼ିଲାଣି।

ବେଜିଂ ଏବଂ ସାଂଘାଇ ଭଳି ମହାନଗରରେ ସାଇକେଲ ସାଧାରଣ ଜୀବନଶୈଳୀର ଅଂଶ ପାଲଟିଯାଇଛି। କିନ୍ତୁ ସମସ୍ୟା ସେତେବେଳେ ବଢ଼ିଯାଇଥିଲା, ଯେତେବେଳେ ଲୋକେ ବ୍ୟବହାର ପରେ ସାଇକେଲଗୁଡ଼ିକୁ ଏଠି ସେଠି ଛାଡ଼ି ପଳେଇବା ଆରମ୍ଭ କରିଥିଲେ। ଔପଚାରିକ ଆକଳନ ଅନୁସାରେ, ଚୀନ ରାସ୍ତାରେ ଏମିତି କୋଟି କୋଟି ସାଇକେଲ ପଡ଼ିଛି, ଯାହାକୁ ଲୋକେ ଛାଡ଼ି ଚାଲିଯାଇଛନ୍ତି।

rrd

ଏହି ଦେଶରେ ସାଇକେଲ ସେୟାରିଂର ଫର୍ମୁଲା ବହୁତ ସହଜ। ୟୁଜର୍ସ ଏକ ଆପ ଡାଉନଲୋଡ କରନ୍ତି। ଏହି ଆପ ଜରିଆରେ ଲୋକେ ବହୁତ କମ ପଇସାରେ ସାଇକେଲ ଭଡ଼ାରେ ନିଅନ୍ତି। ଏହି ଭଡ଼ା ଘଣ୍ଟା ହିସାବରେ ତୟ ହୋଇଥାଏ। ନିଜ ସ୍ଥାନରେ ପହଞ୍ଚିବା ପରେ ୟୁଜରମାନେ ସାଇକେଲକୁ ସେଇଠି ହିଁ ଛାଡ଼ିଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.