ପୃଥିବୀର ଭବିଷ୍ୟ କହିବ ଏହି ଅଦ୍ଭୁତ ଘଣ୍ଟା , ଜାଣନ୍ତୁ ଆମ ପାଖରେ ରହିଛି କେତେ ସମୟ

ଯଦି ମଣିଷକୁ ନିଜ ଭବିଷ୍ୟତ ବିଷୟରେ ଆଗରୁ ଜଣାପଡିଯାଏ କିମ୍ବା ଏମିତି କିଛି ଭବିଷ୍ୟ ଜଣାଉଥିବା ଯନ୍ତ୍ର ମଣିଷ ହାତରେ ଲାଗିଯାଏ ତେବେ ପୃଥିବୀର ଅବସ୍ଥା କଣ ହେବ କେବେ ଭାବିଛନ୍ତି କି ? ଟିଭି ବା ଫିଲ୍ମ ମାଧ୍ୟମରେ ଆମେ ଅନେକ ଥର ଏହିଭଳି ଭବିଷ୍ୟ ଜଣାଉଥିବା ଯନ୍ତ୍ର ବିଷୟରେ ଦେଖିଛୁ। କିନ୍ତୁ ବର୍ତ୍ତମାନ ଅସଲ ଜୀବନରେ ଏମିତି ଏକ ଭିବିଷ୍ୟ ବତାଉଥିବା ଘଣ୍ଟା ସାମନାକୁ ଆସିଛି। ଆମେରିକାର ନ୍ୟୁର୍ୟକ ସିଟିର ମ୍ୟାନହଟନରେ ରହିଥିବା ଏହି ଘଣ୍ଟା ଆଣ୍ଟ୍ରୋନୋମିକାଲ ଡିଜିଟାଲ କ୍ଲକ ନାମରେ ଜଣାଯାଏ । ତେବେ ପୃଥିବୀରେ ରହୁଥିବା ଲୋକଙ୍କ ନିକଟରେ ଆଗକୁ କେତେ ସମୟ ବାକି ରହିଛି ତାହା ଏହି ଘଡି ଜଣାଇବ ।
ଗ୍ୟାନ ଗୋଲନ ଏବଂ ଆଣ୍ଡ୍ରିୟୁ ବୋଏଡ ନାମକ ଦୁଇ ଜଣ କଳାକାର ମିଶି ଏହି ଘଣ୍ଟାକୁ ତିଆରି କରିଥିଲେ। ତେବେ ଆମ ପାଖରେ ୭ ବର୍ଷ ୧୦୧ ଦିନ ୨୯ ମିନିଟ ଏବଂ ୨୨ ସେକେଣ୍ଡ ରହିଛି ବୋଲି ଏହି ଘଣ୍ଟା ଜରିଆରେ ଏମାନେ ଦୁନିଆକୁ ଜଣାଇଥିଲେ। ଆଗାମୀ ସମୟରେ କାର୍ବନର ପରିମାଣ ମାତ୍ରାଧିକ ହୋଇଯିବ ଯାହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡିବ ବୋଲି ଏହି ଡାଟାରୁ ଜଣାପଡିଛି।
ଓ୍ଵାସିଂଟନର ଏକ ପୋଷ୍ଟ ଅନୁସାରେ କାର୍ବନର ମାତ୍ରା ବଢିବା ପରେ ପୃଥିବୀରେ ଅନେକ ଅଂଶରେ ବନ୍ୟା ଆସିବ, ଜଙ୍ଗଲରେ ନିଆଁ ଲାଗିବ, ଦୁର୍ଭିକ୍ଷ ହେବା ସହିତ ଲୋକମାନେ ବିସ୍ଥାପିତ ହୋଇଯିବେ। କେବଳ ସେତିକି ନୁହେଁ ପୃଥିବୀରେ କାର୍ବନର ମାତ୍ରା କମିଯାଇ ତାପମତ୍ରା ୧.୫ ଡିଗ୍ରୀ ସେଲସିୟସ ବଢିଯିବ। ଏହାପରେ ଖୁବ ଜୋରରେ ଉତ୍ତାପର ବୃଦ୍ଧି ହେବ ଯାହାଫଳରେ ପାଣିର ଅଭାବ ଦେଖାଯିବ। ୨୦୧୯ରେ ପ୍ରକାଶ ପାଇଥିବା ନାଶାର ରିର୍ପୋଟରେ ଏହି ସବୁ କ୍ଲାଇମେଟ ବସ୍ତୁ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା ।
ତେବେ ଛାତ ଉପରେ ଚଢି ବଞ୍ଚିଥିବା ସମୟ ଅନୁସାରେ ସୂଚନା ଦେବା ଆମ ଷ୍ଟାଇଲ ବୋଲି ମିଷ୍ଟର ଗୋଲନ କହିଛନ୍ତି । ଏହି ପ୍ରୋଜେକ୍ଟକୁ ସେ ଦି କ୍ଲାଇମେଟ କ୍ଲକ ନାମରେ ନାମିତ କରିଛନ୍ତି । ଅନ୍ୟପକ୍ଷରେ ଏହା ପୃଥିବୀ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ମିଷ୍ଟର ବୋଏଡ କହିଛନ୍ତି । ୧୪ଟି ଷ୍ଟ୍ରିଟ ବିଲଡିଂ , ଓ୍ଵାନ ୟୁନିଅନ୍ ସ୍କୋଏର୍ ସାଉଥରେ ଏହି ଘଣ୍ଟା ସ୍ଥାପିତ ହୋଇଛି ଓ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଏହା ସେଠାରେ ଲାଗି ରହିବ ବୋଲି ସୂଚନା ମିଳିଛି।