Below header

ଜଲଦି କରନ୍ତୁ ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆପଣଙ୍କ ସହରରେ କେତେ ହେଲା ଦାମ୍

ସୁନା ଦର ଗତ କିଛି ଦିନ ହେବ ସ୍ଥିର ରହିଛି। ଗତ କିଛି ଦିନ ପୂର୍ବରୁ ଏହାର ଦାମ୍ ଆକାଶଛୁଆଁ ରହିଥିବା ବେଳେ ଏବେ ଏହାର ଦାମରେ କିଛି କମ୍ ହୋଇଛି। ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତୀକର ହୋଇଛି। କିନ୍ତୁ ଦୁଇଦିନ ହେଲାଣି ଏଥିରେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ୍ୟ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୩୦୦ଟଙ୍କାରେ ପହଞ୍ଚି ଥିବା ଜଣାଯାଇଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୩୦୦ ଟଙ୍କା ହୋଇଛି।। ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ଏକ ବଡ ଧରଣର ହ୍ରାସ ଘଟିଥିବା ଜଣାଯାଇଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୨, ୧୪୦ ଏବଂ ୨୨ କ୍ୟାରେଟ ସୁନା ଦାମ୍ ୪୭,୮୦୦ଟଙ୍କା ରହିଛି।

gold necklace 1

ତେଣୁ ଯଦି ଆପଣ ସୁନା କିଣିବାକୁ ଚାହୁଛନ୍ତି ତେବେ ଜଲଦି ସୁନା କିଣିପାରିବେ। ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ ବି ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୯,୩୦୦ଟଙ୍କା ଓ ୪୮,୩୦୦ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଏହି ଦର ୫୩,୦୨୦ଟଙ୍କା ଓ ୪୮,୬୦୦ଟଙ୍କା ଥିବା ଜଣାଯାଇଛି । ସେପଟେ ଚେନ୍ନାଇରେ ୫୨,୧୪୦ଟଙ୍କା ଓ ୪୭,୮୦୦ଟଙ୍କା ଥିବା ବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୫୧, ୮୪୦ ଟଙ୍କା ଓ ୪୯,୧୪୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.