Below header

ଆଜି ହେବାକୁ ଯାଉଛି ଜେଇଇ ଆଡଭାନ୍‌ସଡ ପରୀକ୍ଷା,ନାମ ପଞ୍ଜୀକରଣ କରିଛନ୍ତି ୧ ଲକ୍ଷ ୬୦ ହଜାର ୮୬୪ ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସମେତ ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ଆଜି ହେବାକୁ ଯାଉଛି ଜେଇଇ ଆଡଭାନ୍‌ସଡ ପରୀକ୍ଷା। ସର୍ବଭାରତୀୟ ସ୍ତରରେ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ଲାଗି ୧ଲକ୍ଷ ୬୦ ହଜାର ୮୬୪ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ଏହା କମ ରହିଛି। ଦେଶର ୨୨୨ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ ୧୯କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଚଳିତଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ମଧ୍ୟ ବଢାଯାଇଛି। ୩ଘଣ୍ଟା ଲେଖାଏଁ ଦୁଇଟି ପେପର ପରୀକ୍ଷା ହେବ।

ସକାଳ ୯ଟାରୁ ଅପରାହ୍‌ଣ ୧୨ଟା ଓ ଅପରାହ୍‌ଣ ୨ଟା ୩୦ରୁ ସାଢେ ୫ଟା ଯାଏ ଏହି ପରୀକ୍ଷା ହେବ। ସିବିଟି ମୋଡରେ ହେବ ପରୀକ୍ଷା। ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିବା ଛାତ୍ରଛାତ୍ରୀ ଦେଶରେ ୨୩ଟି ଆଇଆଇଟିରେ ୪ବର୍ଷିଆ ବିଟେକ ଓ ବିଏସସି, ୫ବର୍ଷିଆ ବି. ଆର୍କିଟେକ୍‌ଟ, ଡୁଆଲ ଡିଗ୍ରୀ ବିଏସସି ଓ ଏମଏସସି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଓଡ଼ିଶାର ଭୁନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.