ମୋଦି ସରକାରଙ୍କୁ ଝଟ୍କା, ଏନ୍ଡିଏରୁ ଅଲଗା ହେଲା ଶିରୋମଣି ଅକାଳୀ ଦଳ

କେନ୍ୟୁଜ୍(ବ୍ୟୁରୋ):ମୋଦି ସରକାରଙ୍କୁ ଝଟ୍କା । କୃଷି ବିଲ୍କୁ ବିରୋଧ କରି ଏନ୍ଡିଏରୁ ଅଲଗା ହେଲା ସହଯୋଗୀ ଶିରୋମଣି ଅକାଳୀ ଦଳ । ପୂର୍ବରୁ କୃଷି ବିଲ୍କୁ ବିରୋଧ କରି ମୋଦି ସରକାରରେ ମନ୍ତ୍ରୀ ଥିବା ଅକାଳୀ ଦଳର ସାଂସଦ ହରସମିତ୍ କୌର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ଗତକାଲି ବସିଥିବା ଦଳର କୋର କମିଟି ବୈଠକ ପରେ ଏନ୍ଡିଏ ଛାଡିବାକୁ ନିଷ୍ପତ୍ତି ନେଇଛି ଦଳ । ୨୨ ବର୍ଷ ତଳର ପୁରୁଣା ମେଣ୍ଟ ଭାଙ୍ଗିଛି ଦଳ । କୃଷି ବିଲ୍କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । ବିଲ୍ ପାରିତ ହେବା ପରଠାରୁ ଏହାକୁ ବିରୋଧ କରି ଆସୁଛି ଶିରୋମଣି ଅକାଳୀ ଦଳ