ଆଇପିଏଲ : ସନ ରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ହରାଇଲା କୋଲକାତା ନାଇଟ ରାଇଡ଼ର୍ସ

ଆବୁଧାବି : ଆଜି ଆଇପିଏଲରେ କୋଲକାତା ନାଇଟ ରାଇଡ଼ର୍ସ ୭ ଉଇକେଟରେ ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୪ ଉଇକେଟରେ ୧୪୨ ରନ କରିଥିଲା ହାଇଦ୍ରାବାଦ ଦଳ । କୋଲକାତା ଶୁଭମାନ ଗିଲଙ୍କ ଅପରାଜିତ ୭୦ (୬୨ ବଲ, ୫ ଚୌକା, ୨ ଛକା)ଏବଂ ମୋରଗାନଙ୍କ ଅପରାଜିତା ୪୨ ରନ (୨୯ ବଲ, ୩ ଚୌକା, ୨ ଛକା) ବଳରେ ମ୍ୟାଚକୁ ସହଜରେ ୧୮ ଓଭରରେ ଜିତି ନେଇଥିଲା ।
ହାଇଦ୍ରାବାଦ ପକ୍ଷରୁ ୱାର୍ନର ୩୬ ଓ ମନୀଷ ପାଣ୍ଡେ ୫୧ ରନ, ରିଦ୍ଧିମନ ଶାହା ୩୦ ରନ କରିଥିଲେ । ଶୁଭମାନ ଗିଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ସ୍କୋର : ହାଇଦ୍ରାବାଦକୁ- ୪/୧୪୨ । କୋଲକାତା ନାଇଟ ରାଇଡ଼ର୍ସ -୩/୧୪୫, ୧୮ ଓଭର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.