Below header

ମଧ୍ୟ ପ୍ରଦେଶର ‘ଭୂତ ମେଳା’, ଯେଉଁଠି ଚାଲେ ସୈତାନମାନଙ୍କ ରାଜ୍‌

‘ଭୂତ ମେଳା ବା ଭୂତଙ୍କ ମେଳା’, ସବୁଠାରୁ ପ୍ରସିଦ୍ଧ ଏହି ମେଳା ପ୍ରତିବର୍ଷ ମଧ୍ୟ ପ୍ରଦେଶର ମଲାଜପୁର ଗାଁରେ ଆୟୋଜନ କରାଯାଇଥାଏ। ମଲାଜପୁରର ଭୂତ ମେଳା ବିଗତ ୪୦୦ ବର୍ଷ ଧରି ଏଠାରେ ଅସ୍ତିତ୍ୱରେ ରହିଛି ଏବଂ ସାରା ଦେଶର ଲୋକଙ୍କୁ ଏହା ଆକର୍ଷିତ କରିଥାଏ। ବର୍ଷରେ ପାଖାପାଖି ୩ ସପ୍ତାହ ଧରି ଚାଲୁଥିବା ଏହି ମେଳାରେ ଲୋକମାନେ ଦୁଷ୍ଟ ଆତ୍ମା ଓ ସୈତାନମାନଙ୍କ ନିକଟତର ହୁଅନ୍ତି। ସେମାନେ ନକରାତ୍ମକ ଆତ୍ମାମାନଙ୍କଠାରୁ ମୁକ୍ତି ପାଇବା ପାଇଁ ଏହି ଗାଁକୁ ଧାଇଁଆସନ୍ତି।

bhoot2

‘ମଲାଜପୁର ଘୋଷ୍ଟ ଫେୟାର’ର କାହାଣୀ ପଛରେ ରହିଛି ୧୮ଶ ଶତାବ୍ଦୀର ଇତିହାସ। ଶୁଣିବାକୁ ମିଳେ, ଯାଦୁ ଶକ୍ତିର ଅଧିକାରୀ ଦେବଜୀ ମହାରାଜ ନାମକ ଜଣେ ପବିତ୍ର ବ୍ୟକ୍ତି ଗାଁ ପରିଭ୍ରମଣରେ ଆସିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ତାଙ୍କ ପାଖରେ କିଛି ଅଦ୍ଭୁତ ଶକ୍ତି ଥିଲା, ଯାହା ମାଧ୍ୟମରେ ସେ ନିଜ ବନ୍ଧୁମାନଙ୍କୁ ମାଟିକୁ ଗୁଡ଼ ଏବଂ ପଥରକୁ ନଡ଼ିଆରେ ପରିବର୍ତ୍ତନ କରି ଖାଇବାକୁ ଦେଉଥିଲେ।

ଏହାସହ ପଢନ୍ତୁ: କଟକ, ଭୁବନେଶ୍ୱରର ଯିବା ଆସିବା ବାଟରେ ବି ରହିଛି ଭୂତପ୍ରେତ ସ୍ଥାନ, ଏଠାକାର ରୋମାଞ୍ଚକର କାହାଣୀ ହୁଏତ ଆପଣ କେବେ ଶୁଣି…

ପ୍ରତିବର୍ଷ ହଜାର ହଜାର ଲୋକ ଏଠାକୁ ଆସିଥାଆନ୍ତି। ଏଠାରେ ପୁରୁଷ ଓ ମହିଳାଙ୍କ ଅଦ୍ଭୁତ ହିଂସ୍ର କାଯ୍ୟର୍କଳାପ ଦେଖିବାକୁ ପାଆନ୍ତି। ମେଳାରେ ଉପସ୍ଥିତ ପୂଜାରୀ ଆତ୍ମା ସବାର ଥିବା ଏହି ପୁରୁଷ ଓ ମହିଳାମାନଙ୍କ କେଶକୁ ଜୋରରେ ଭିଡ଼ିଥାଆନ୍ତି ଏବଂ ଭୂତ ବାହାର କରିବା ପାଇଁ ଝାଡ଼ୁ ପ୍ରହାର ମଧ୍ୟ ଦେଇଥାଆନ୍ତି। ଏହାରି ଭିତରେ ଆପଣ ପୂରା ସମୟ ପୂଜାରୀଙ୍କ ମୁହଁରୁ ‘ଗୁରୁ ମହାରାଜ ଦେବଜୀ କି ଜୟ’ ମନ୍ତ୍ର ଶୁଣିବାକୁ ପାଇବେ। ଭୂତ ମେଳାରେ ପୂଜାରୀ ଆତ୍ମା ସବାର ଥିବା ପୁରୁଷ ଓ ମହିଳାମାନଙ୍କୁ ଅଜବ ପ୍ରଶ୍ନ ପଚାରିଥାଆନ୍ତି। ଏହାସହ ଅତି ଅଦ୍ଭୁତ ପ୍ରକାର ଅଙ୍ଗଭଙ୍ଗୀ କରନ୍ତି। ଏହି ସମୟରେ ସେ ଏପରି ସାଧନା କରନ୍ତି, ଯେପରି ଏହା ମାଧ୍ୟମରେ ଭୂତପ୍ରେତ ଶରୀର ଛାଡ଼ି ପଳାଇଯିବେ।

bhoot3

 

ତେବେ ବାସ୍ତବ କଥା ହେଉଛି, ମଲାଜପୁର ଭୂତ ମେଳା ଏଠାକାର ଏକ ପୁରୁଣା ପ୍ରଥା, ଯାହାକି ଦୀର୍ଘ ବର୍ଷ ଧରି ଆୟୋଜନ ହୋଇଆସୁଛି। କିଛି ମାନବାଧିକାର ସଙ୍ଗଠନ ଏବଂ କାଯ୍ୟର୍କର୍ତ୍ତା ଏହି ପ୍ରଥା ଉପରେ ରୋକ ଲଗାଇବାକୁ ଚେଷ୍ଟା ଚଳାଇଛନ୍ତି। ସେମାନେ ଦାବି କରିଛନ୍ତି ଯେ ଭୂତ ମେଳାକୁ ଆସୁଥିବା ପୁରୁଷ ଓ ମହିଳାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମାନସିକ ରୋଗୀ। ଏମାନଙ୍କ ମାନସିକ ଚିକିତ୍ସାର ଆବଶ୍ୟକତା ରହିଛି। ହେଲେ ଏ ପଯ୍ୟର୍ନ୍ତ କେହି ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେବେ ସେ ଯାହା ହେଉନା କାହିଁକି, ଏହା ଶୁଣିବାକୁ ବଡ଼ ଅଜବ ଲାଗୁଛି, ଏବେ ବି ଏକବିଂଶ ଶତାବ୍ଦୀରେ ଏଭଳି ପ୍ରଥା ଓ ପରମ୍ପରାକୁ ଲୋକେ ବିଶ୍ୱାସ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.