ଡିଜିଟାଲ ପେମେଣ୍ଟ କରି ମହିଳା କିଣିଲେ ବିୟର, ସଙ୍ଗେ ସଙ୍ଗେ ଆକାଉଣ୍ଟରୁ କଟିଗଲା ୮୭ହଜାର ଟଙ୍କା

ମୁମ୍ବାଇରେ ଜଣେ ମହିଳାଙ୍କୁ ୟୁପିଆଇ ବ୍ୟବହାର କରି ବିୟର କିଣିବା ପଡିଲା ମହଙ୍ଗା। ମହିଳାଙ୍କ ଆକାଉଣ୍ଟରୁ କଟିଗଲା ୮୭ ହଜାର ଟଙ୍କା। ରିପୋର୍ଟ ଅନୁଯାୟୀ ମହିଳା ଜଣଙ୍କ ମୁମ୍ବାଇର ପୋଓ୍ଵାଇ ଅଞ୍ଚଳରେ ଥିବା ଷ୍ଟାର ଓ୍ଵାଇନ୍‌ ସପ ପାଇଁ ଲିଷ୍ଟେଡ୍‌ ନମ୍ବରକୁ ଫୋନ କଲେ। ଏହାପରେ ଦୋକାନୀ ତାଙ୍କୁ ଗୁଗଲ ପେ ଜରିଆରେ ୪୨୦ ଟଙ୍କା ପେମେଣ୍ଟ କରିବାକୁ କହିଲେ ଏବଂ ସେୟାର କରିବାକୁ କହିଲେ। ମହିଳା ଏହି ନମ୍ବର ଗୁଗଲ ସର୍ଚ୍ଚ କରି ପାଇଥିଲେ।

ଆଇଡି ସେୟାର କରିବା ପରେ ମହିଳାଙ୍କୁ ପେମେଣ୍ଟ ରିକ୍ୱେଷ୍ଟ ମିଳିଲା ଏବଂ ଯେମିତି ସେ ରିକ୍ୱେଷ୍ଟକୁ ଆକସେପ୍ଟ କରିଛନ୍ତି ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ୨୯,୦୦୧ ଟଙ୍କା ଡେବିଟ୍‌ ହୋଇଗଲା। ଏହାପରେ ମହିଳା ଓ୍ଵାଇନ୍‌ ସପକୁ ଆଉ ଥରେ ଫୋନ୍‌ କଲେ ଏବଂ ଏହି ସମ୍ପର୍କରେ ଜଣାଇବାରୁ ଦୋକାନୀ କହିଲେ କ୍ଷମା କରିବେ ଭୁଲରେ ଏମିତି ହୋଇଯାଇଛି।

ଏହାସହ ପଢନ୍ତୁ : ସୁରକ୍ଷା ବ୍ୟବସ୍ଥାକୁ ପାର କରି ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କଲେ କିସ୍‌, ଦେଖନ୍ତୁ ଭିଡିଓ

ଏହା ପରେ ଯେମିତି କଲ୍‌ ଡିସକନେକ୍ଟ ହୋଇଛି ସେତେବେଳେ ମହିଳାଙ୍କ ଆକାଉଣ୍ଟରୁ ୫୮ହଜାର ଟଙ୍କା ଡେବିଟ୍‌ ହୋଇଗଲା। ମହିଳା ଜଣଙ୍କ ପୋଲିସ ପାଖରେ ଏହି ମାମଲା ରୁଜୁ କରିଛନ୍ତି। ଏହାପରେ ପୋଲିସ ମାମଲାର ତଦନ୍ତ ଚଲାଇଛି। ଏମିତି ଅନଲାଇନ ଠକାମି ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଆହୁରି ଅନେକ ମାମଲା ଏମିତି ଦେଖିବାକୁ ମିଳିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟ୍ରାନଜାକସନକୁ ଏକସଟ୍ରା ସିକ୍ୟୁର କରିବା ପାଇଁ ଆପକୁ ନୋଟିଫକେସନ ଯାଇଥାଏ ଏବଂ ଏସଏମଏସ ଯାଇଥାଏ। ଯଦି ଆପଣ ରିକ୍ୱେଷ୍ଟକୁ ସ୍ୱିକାର କଲେ ତେବେ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଡେବିଟ୍‌ ହୋଇଯିବ। ବଢ଼ୁଥିବା ଠକାମିକୁ ଲକ୍ଷ୍ୟ କଲେ ଜଣାପଡୁଛି ଯେ ଅନଲାଇନ ଟ୍ରାନଜାକସନରେ ବହୁତ ସର୍ତକତା ଅବଲମ୍ବନ କରିବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.