ଇତିହାସ ରଚିଲେ ମେରି କମ୍, ମିଳିଲା ଏସିଆର ସର୍ବଶ୍ରେଷ୍ଠ ମହିଳା ଆଥଲେଟର ପୁରସ୍କାର

ଛଅ ଥର ବିଶ୍ବ ଚାମ୍ପିୟନ୍ ହୋଇଥିବା ଭାରତୀୟ ମହିଳା ବକ୍ସର୍ ଏମସି ମେରିକମ୍ ଏସିଆର ସର୍ବଶ୍ରେଷ୍ଠ ମହିଳା ଆଥଲେଟ୍ ପୁରସ୍କାର ପାଇଛନ୍ତି। ଅନ୍ତଃରାଷ୍ଟ୍ରୀୟ କ୍ରୀଡା ପ୍ରେସ୍ ସଂଘ ମୁତାବକ, ଏସିଆନ୍ ସ୍ପୋଟସ୍ ରାଇଟସ୍ ୟୁନିୟନ୍ ଦ୍ବାରା ଆୟୋଜିତ ଏସିଆର ପ୍ରଥମ ପୁରସ୍କାର ସମାରୋରେ ମେରି କମ୍ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

୩୬ବର୍ଷିୟା ମେରି କମ୍ ଏକମାତ୍ର ମହିଳା ବକ୍ସର ଯିଏ ବିଶ୍ବ ଚ୍ଯାମ୍ପିୟନସିପରେ ସାତଟି ପଦକ ଜିତି ଥିଲେ । ଦକ୍ଷିଣ କୋରିଆ ଷ୍ଟାର ପୁଟବଲର ସୋନ ହ୍ଯୁଂଗ-ମୀନ୍ ଙ୍କୁ ସର୍ବଶ୍ରେଷ୍ଠ ପୁରୁଷ ଆଥଲେଟ୍ ରୂପେ ମନୋନିତ କରାଯାଇଛି । ଏହାବ୍ଯତିତ କତର ପୁରୁଷ ଫୁଟବଲ୍ ଟିମ୍ ଏବଂ ଜାପାନ ମହିଳା ଫୁଟବଲ୍ ଟିମକୁ ଏସିଆର ସର୍ବଶ୍ରେଷ୍ଠ ଟିମ ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.