Below header

ଗୋଟିଏ ଗୋଡ଼ରେ ମନଛୁଆଁ ନୃତ୍ୟ କରି ସମସ୍ତଙ୍କ ହୃଦୟ କିଣିଛି ଏଇ କୁନି ଝିଅଟି

କୁନି ଝିଅଟିର ଅଙ୍ଗଭଙ୍ଗୀ ଆଉ ତା ନାଚକୁ  ଦେଖିଲେ ସତରେ ମନ ପୁରିଉଠୁଛି । ମାନିବାକୁ ପଡିବ ତା ଆତ୍ମବିଶ୍ୱାସକୁ । ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଏଇ କୁନି ଝିଅଟି ନାଚ ଏବେ ସମସ୍ତଙ୍କ ମନ କିଣିଛି ।

ଜୟପୁର(କେନ୍ୟୁଜ): କୁନି ଝିଅଟିର ଅଙ୍ଗଭଙ୍ଗୀ ଆଉ ତା ନାଚକୁ  ଦେଖିଲେ ସତରେ ମନ ପୁରିଉଠୁଛି । ମାନିବାକୁ ପଡିବ ତା ଆତ୍ମବିଶ୍ୱାସକୁ । ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଏଇ କୁନି ଝିଅଟି ନାଚ ଏବେ ସମସ୍ତଙ୍କ ମନ କିଣିଛି । ହେଲେ ସବୁଠାରୁ ବଡ ଦୁଃଖର କଥା କି ଝିଅର ଗୋଡଟିଏ ନାହିଁ । ଯାହା ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରିପାରିବେନି । ଝିଅର ଗୋଟିଏ ଗୋଡ ନାହିଁ ସତ କିନ୍ତୁ ତାର ଦୃଢ ଆତ୍ମବିଶ୍ୱାସ ହେଉଛି ତା ପରିଚୟ ଆଉ ତା ଶକ୍ତି । ହଁ ଆଜ୍ଞା ଏଇ କୁନି ଝିଅଟିର ନା ହେଉଛି ସାବିତ୍ରୀ। ଯିଏ ଗୋଟିଏ ଗୋଡ଼ରେ ମନଛୁଆଁ ନୃତ୍ୟ କରି ସମସ୍ତଙ୍କ ହୃଦୟରେ ଏବେ ଘର କରିଛି ।

କୋରାପୁଟ ବୋରିଗୁମ୍ମା ମିନି ଷ୍ଟାଡିୟମର ଏଇ ଦୃଶ୍ୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଶିଶୁ ମାନଙ୍କ ନିମନ୍ତେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠି ବୋରିଗୁମ୍ମା ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଖେଳ, ନାଚଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପିଲାଙ୍କ ପାଇଁ । ହେଲେ ସବୁଠୁ ଆକର୍ଷଣ ଥିଲା ସାବିତ୍ରୀର ମନଛୁଆଁ ନାଚ ।

ଗୋଟିଏ ଗୋଡରେ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ଢୁଟିଗୁଡା ପ୍ରାଥମିକ ବିଦ୍ୟାଳୟର ଏଇ ଦିବ୍ୟାଙ୍ଗ ଛାତ୍ରୀ । ଗୋଡ଼ରେ ଖୁବ ସୁନ୍ଦର ନାଚସହ ହୃଦୟସ୍ପର୍ଶି ଭାବଥିଲା ସାବିତ୍ରୀର ନାଚରେ ଆଉ ସାବିତ୍ରୀର ନାଚ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା । ଯାହା ପ୍ରମାଣିତ କରିଥିଲା ଗୋଡନାହି ସତ କିନ୍ତୁ ତାର ଆତ୍ମବିଶ୍ବାସ ହିଁ ତାଙ୍କ ସକ୍ଷମତା କୁ ପ୍ରମାଣିତ କରୁଛି ।

ଏପଟେ ସବୁଠାରୁ ବଡ କଥା ହେଲା ସାବିତ୍ରୀର ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସକୁ ବଢାଇଛନ୍ତି ତାଙ୍କ ମା ଓ ଶିକ୍ଷୟିତ୍ରୀ ଯିଏ ଏକ ଟ୍ରାଇ ସାଇକେଲରେ ଆଣି ମଞ୍ଚ ନିକଟରେ ପହଞ୍ଚାଇ ଥିଲେ । ନିଶ୍ଚିତ ଭାବରେ କିଏ କହିବ ଯେ ଏଇ କୁନି ଝିଅ ଅକ୍ଷମ ବୋଲି । ଏଇ ବୟସରେ ନିଜ ସକ୍ଷମତାର ପ୍ରମାଣ ଦେଇଛି । ଆଉ ତାର ଏଇ ଆତ୍ମବିଶ୍ୱାସ ତାକୁ ନିଶ୍ଚିତ ଭାବେ ଆଗକୁ ବାଟ କଢାଇନବ ଏଥିରେ ତିଳେ ମାତ୍ର ଦ୍ବନ୍ଦ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.