ଇତିହାସ ରଚିଲେ ସୁମିତ ନାଗଲ, ୩୫ ବର୍ଷ ପରେ କୌଣସି ଗ୍ରାଣ୍ଡସ୍ଲାମ ଜିତିଥିବା ପ୍ରଥମ ଭାରତୀୟ

ଭାରତୀୟ ଟେନିସ୍ ଷ୍ଟାର ସୁମିତ ନାଗଲ ଇତିହାସ ରଚିଛନ୍ତି । ପ୍ରଥମ ଥର ଭାରତୀୟ ପୁରୁଷ ଟେନିସ ଖେଳାଳି ସୁମିତ ନାଗଲ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମରେ ଜଣେ ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି । ୧୯୮୯ ମସିହା ପରେ କୌଣସି ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ।

ଇତିହାସ ରଚିଲେ ଭାରତୀୟ ଟେନିସ୍ ଷ୍ଟାର ସୁମିତ ନାଗଲ । ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ କାଜାକିସ୍ତାନର ଖେଳାଳି ଆଲେକଜାଣ୍ଡର ବୁବ୍ଲିକଙ୍କୁ ପରାସ୍ତ କରିଛନ୍ତି । ମ୍ୟାଚ ଜିତି ସୁମିତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ୧୯୮୯ ମସିହା ପରେ ପ୍ରଥମ ଥର ଜଣେ ଭାରତୀୟ ଖେଳାଳି ସିଙ୍ଗଲ୍ସ ଇଭେଣ୍ଟରେ କୌଣସି ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରିଛନ୍ତି । ଏହା ପୂର୍ବରୁ ରମେଶ କୃଷ୍ଣନ ଏପରି ସଫଳତା ହାସଲ କରିଥିଲେ ।

ସୁମିତଙ୍କର ଏଟିପି ରାଙ୍କିଂ ୧୩୭ ରହିଥିବା ବେଳେ ୩୧ ନମ୍ବର ରାଙ୍କିଂ ପ୍ରାପ୍ତ ସିଡ୍ ଆଲେକଜାଣ୍ଡାର ବୁବ୍ଲିକଙ୍କୁ ୬-୪, ୬-୨, ୭-୬(୫) ସେଟରେ ପରାସ୍ତ କରିଥିଲେ । ପ୍ରଥମ ଦୁଇ ସେଟରେ ସୁମିତ ଆଗରେ ରହିଥିବା ବେଳେ ତୃତୀୟ ସେଟରେ ମଧ୍ୟ କମାଲ୍‌ ପ୍ରଦର୍ଶନ କରିଥିଲେ ।


ପ୍ରଥମ ଥର ଜଣେ ଭାରତୀୟ ପୁରୁଷ ଟେନିସ ଖେଳାଳି ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମରେ ଜଣେ ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି । ୧୯୮୯ ମସିହା ପରେ ପ୍ରଥମ ଥର ଜଣେ ଭାରତୀୟ ଖେଳାଳି ସିଙ୍ଗଲ୍ସ ଇଭେଣ୍ଟରେ କୌଣସି ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ।

ସୁମିତ ବୁବ୍ଲିକଙ୍କୁ ସିଧାସଳଖ ଭାବେ ପରାସ୍ତ ପରି କ୍ୟାରିୟରରେ ପ୍ରଥମ ଥର ଅଷ୍ଟ୍ରେଲିଆନ୍ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ୧୧ ବର୍ଷ ପରେ ଅଷ୍ଟ୍ରେଲିଆ ଓପନର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଥିବା ଦ୍ୱିତୀୟ ଖେଳାଳି ହେଉଛନ୍ତି ନାଗଲ । ନାଗଲଙ୍କ ପୂର୍ବରୁ ସୋମଦେବ ବର୍ମନ ଅଷ୍ଟ୍ରେଲିଆ ଓପନର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଥିବା ଶେଷ ଭାରତୀୟ ଖେଳାଳି ଥିଲେ । ସେ ୨୦୧୩ରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ । ସୁମିତଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ୧୮ ଜାନୁଆରୀକୁ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.