କେନ୍ଦୁଝରରେ ଧୂମଧାମରେ ପାଳିତ ହେଲା ଟୁସୁ ପର୍ବ, ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ ଓ କିମ୍ବଦନ୍ତୀ

ପୁଣ୍ୟ ତିଥି ମକର ସଂକ୍ରାନ୍ତିକୁ ଆମ ଦେଶର ବିଭିନ୍ନ ପ୍ରାନ୍ତରରେ ଭିନ୍ନ ଭିନ୍ନ ପର୍ବ ଭାବରେ ପାଳିତ କରାଯାଏ । ସେହିଭଳି କେନ୍ଦୁଝର ଜିଲ୍ଲାର କୁଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀ ମାନେ ଏହାକୁ ଟୁସୁ ପର୍ବ ଭାବେ ପାଳନ କରିଥାନ୍ତି ।

ପୁଣ୍ୟ ତିଥି ମକର ସଂକ୍ରାନ୍ତିକୁ ଆମ ଦେଶର ବିଭିନ୍ନ ପ୍ରାନ୍ତରରେ ଭିନ୍ନ ଭିନ୍ନ ପର୍ବ ଭାବରେ ପାଳିତ କରାଯାଏ । ସେହିଭଳି କେନ୍ଦୁଝର ଜିଲ୍ଲାର କୁଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀ ମାନେ ଏହାକୁ ଟୁସୁ ପର୍ବ ଭାବେ ପାଳନ କରିଥାନ୍ତି । ଟୁସୁ କୌଣସି ଠାକୁରାଣୀ ବା ଦେବୀ ନୁହନ୍ତି ସେ ଜଣେ ନାରୀ, ନାରୀ ଧର୍ମର ପରାକାଷ୍ଠା ବଜାୟ ରଖିଥିବା ଟୁସୁଙ୍କ ସତୀତ୍ଵ ଓ ସ୍ୱାଭିମାନର ପ୍ରତୀକ ଭାବେ କିଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀମାନେ ବର୍ଷ ବର୍ଷ ଧରି ଏହି ଟୁସୁ ପର୍ବ ପାଳନ କରି ଆସୁଛନ୍ତି ।

ଟୁସୁ ପର୍ବର ଇତିହାସ କୁହେ ଯେ ମୋଗଲ ସମ୍ରାଟଙ୍କର ଅନିନ୍ଦ୍ୟ ସୁନ୍ଦରୀ ରାଣୀ ପଦ୍ମାବତୀଙ୍କୁ ବିବାହ ଇଛା ବିଫଳ ହେବା ପରେ ତାଙ୍କର ପାତ୍ରମନ୍ତ୍ରୀ ମାନେ ପଦ୍ମାବତୀଙ୍କ ଠାରୁ ଅଧିକ ସୁନ୍ଦରୀ ସ୍ତ୍ରୀ ଖୋଜିବାକୁ ବାହାରି ଥିଲେ ଏବଂ କଟୁଆଳ ବିରବଲ ମହାନ୍ତଙ୍କର ଅପରୂପା ସୁନ୍ଦରୀ ଝିଅ ଟୁସୁମଣୀ ଅର୍ଥାତ ଟୁସୁକୁ ପାଇ ବଳ ପୂର୍ବକ ନେଇ ଆସୁଥିଲେ । ରାଜନଗରକୁ ଫେରିବା ବାଟରେ ଏକ ନଦୀ ପାର ହେବା ସମୟରେ ଟୁସୁ ବସିଥିବା ଘୋଡାର ଗତି ଧୀର ହେବାରୁ ସେ ସେହି ନଦୀକୁ ଝାସ ଦେଇ ଆତ୍ମବଳୀ ଦେଇଥିଲେ ଓ ସତୀତ୍ୱର ପରାକାଷ୍ଠା ଦେଖାଇଥିଲେ । ସେହି ଦିନ ମକର ସଂକ୍ରାନ୍ତି ଥିବାରୁ ମହାନ୍ତ ସଂପ୍ରଦାୟର ମହିଳା ଓ ଝିଅ ମାନେ ସମସ୍ତେ ଏହି ଦିନଟିକୁ ଟୁସୁ ପର୍ବ ଭାବରେ ପାଳନ କରିଆସୁଛନ୍ତି ।

ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିର ସାତ ଦିନ ପୂର୍ବରୁ ରଘୁନାଥପୁର ଗ୍ରାମ ପଞ୍ଚାୟତର ପ୍ରାୟ ସବୁ ଗ୍ରାମର ଝିଅ ଓ ମହିଳା ମାନେ ଟୁସୁ ମୂର୍ତିକୁ ଆଣି ଘରେ ଘରେ ପୂଜାର୍ଚ୍ଚନା କରିଥାନ୍ତି ଓ ଏହି ପୂଜା ପାଉଥିବା ଟୁସୁକୁ ମକର ସଂକ୍ରାନ୍ତି ଦିନ ହଜାର ହଜାର ଲୋକଙ୍କ ଗହଣରେ ପାଲିଙ୍କିରେ ବସାଇ ତାଙ୍କ ଗାଥା ଗାନ କରି ମହିଳା ଓ ଝିଅ ମାନେ ଘର ଘର ବୁଲାଇ ପୂଜା ଓ ବନ୍ଦାପନା କରିଥାନ୍ତି । ଶେଷରେ ଧାଡି ଧାଡି ହୋଇ ଟୁସୁଙ୍କୁ ଧରି ଚକ ଗ୍ରାମରେ ଥିବା ମହାଦେବଙ୍କ ମନ୍ଦିର ବେଢାରେ ତିନି ଥର ପରିକ୍ରମା କରାଇବା ପରେ ସେଠାରେ ନିକଟ ରେ ଥିବା ପୋଖରୀର ଚାରିପଟେ ମଧ୍ୟ ପରିକ୍ରମା କରନ୍ତି ଏବଂ ପରେ ପୋଖରୀରେ ଟୁସୁଙ୍କୁ ବସର୍ଜନ କରିଥାନ୍ତି । ଏବର୍ଷ ଏଥିରେ ୨୦ ଟି ଗ୍ରାମର ଝିଅ ମାନେ ପ୍ରାୟ ତିରିଶରୁ ଊଦ୍ଧ ଟୁସୁ ନେଇ ଆସିଥିଲେ ।

ଏହି ନିଆରା ଟୁସୁ ପର୍ବ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କର ଭିଡ ଜମିବା ସହ ୩ ଦିନ ଧରି ଏଠାରେ ମୀନାବଜାର ପଡିଥାଏ ଓ ବିଭିନ୍ନ ପ୍ରକାର ର ଦୋକାନର ପଶରା ମେଲିଥାଏ ଓ ଲୋକମାନେ ଟୁସୁ ପର୍ବ ଦେଖିବା ସହ ମୀନାବଜାର ବୁଲିଥାନ୍ତି । ଦୋକାନ ଓ ମେଳା ଦେଖିବା ସହ ବିଭିନ୍ନ କିସମର ଖାଦ୍ୟ ଖାଇ ଏହାର ଭରପୁର ମଜ୍ଜା ଉଠାଇଥାନ୍ତି । ଶେଷରେ ଆୟୋଜନ କରିଥିବା କମିଟି ପକ୍ଷରୁ ଟୁସୁ ଆଣିଥିବା ଦଳଙ୍କୁ ବଛାଯାଇ ପୁରଷ୍କୃତ ମଧ୍ୟ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.