Below header

ଅବିଶ୍ବସନୀୟ :  ମାତ୍ର ଗୋଟିଏ ରାତିରେ ଭୂତମାନେ ନିର୍ମାଣ କରିଥିଲେ ଭଗବାନ ଶିବଙ୍କ ଏହି ବିଶାଳ ମନ୍ଦିର

ସରିଗଲାଣି ଶ୍ରାବଣ ମାସ । ହେଲେ ଶିବଙ୍କ ପ୍ରତି ଭକ୍ତଙ୍କ ଭାବ କେବେ ଶେଷ ହେବନି । କୁହାଯାଏ ଭୋଲା ବାବାଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଦେଶରେ ଅନେକ ଶିବାଳୟ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯାହାକୁ ଗୋଟିଏ ରାତିରେ ଭୂତମାନେ ନିର୍ମାଣ କରିଥିଲେ ।  ଏହା ଶୁଣିବାକୁ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ଯ ଲାଗୁଥାଇପାରେ । କିନ୍ତୁ ଏହା ସତ । ଏହି ମନ୍ଦିରଟି ହେଉଛି ଗୁଜୁରାଟର କାଠିଆବାଡରେ ଥିବା ନୱଲଖା ମନ୍ଦିର । ଏହାର ସୌନ୍ଦର୍ଯ୍ଯ ଅତ୍ଯନ୍ତ ମନୋରମ ।

ଏହା ସହ ପଢନ୍ତୁ ଟ୍ରେନରେ ପ୍ରଥମ ଦେଖାରେ ହେଲା ପ୍ରେମ : ପ୍ରେମିକାକୁ ପାଇବା ପାଇଁ ସହର ସାରା ୪୦୦୦ ପୋଷ୍ଟର ଲଗାଇଲେ ଯୁବକ

ଦେବ ହୁଅନ୍ତୁ ବା ଦାନବ । ସମସ୍ତଙ୍କର ପୂଜ୍ଯ ହେଉଛନ୍ତି ମହାଦେବ । ତେଣୁ ସମସ୍ତେ ଶିବଙ୍କ ଉପାସନା ସମାନ ରୂପରେ କରିଥାନ୍ତି । ଠିକ୍ ସେମିତି ଭୂତ ମାନଙ୍କ ଦ୍ବାରା ଭଗବାନ୍ ଶିବଙ୍କ ଉପାସନା ପାଇଁ ଏହି ମନ୍ଦିର ତିଆରି କରାଯାଇଥିଲା । କିନ୍ତୁ ଏହା ଅଧାରେ ରହିଯାଇଥିଲା । ଆଉ ସେବେଠାରୁ ଏହି ମନ୍ଦିର ଅଧାରେ ହିଁ ଅଛି । ଗୁଜୁରାଟର ଏହି ନୱଲଖ୍ ମନ୍ଦିରକୁ ପ୍ରାୟ ଦେଢ଼ଶହ ବର୍ଷ ପୂର୍ବେ ବାବରା ନମକ ଭୂତ ର୍ନିମାଣ କରିଥିଲେ। ଏହି ନବଲେଖା ମନ୍ଦିର ସୋମନାଥ ମନ୍ଦିର ଭଳି ବହୁତ ଉଚ୍ଚା ଅଟେ। ମନ୍ଦିରଟି ଗୋଟିଏ ଭୂତ ଦ୍ବାରା ର୍ନିମିତ ହୋଇଥିଲେ ମଧ୍ୟ ଏହି ମନ୍ଦିରର ସୁନ୍ଦରତା ସମସ୍ତଙ୍କ ମନକୁ ମୋହିତ କରିଥାଏ । ଏହାଛଡ଼ା ମନ୍ଦିରର ଅତିରକ୍ତ ଭବ୍ଯତା ବହୁତ ଭଲ।

ଏହି ମନ୍ଦିରର ମଧ୍ୟରେ ସଭା-ମଣ୍ଡପ, ଗର୍ଭଗୃହ ଏବଂ ପ୍ରଦକ୍ଷିଣ ପଥ ଆଦି ପ୍ରସ୍ତୁତ କରାଯାଇଛି। ଯାହାର ଛାତ ଗମ୍ବୁଜ ଭଳି ବିଶାଳ ରହିଛି। ଏହି ମନ୍ଦିରରେ ପ୍ରଚଳିତ କଥା ପାଇଁ ପର୍ଯ୍ଯଟକ ମାନଙ୍କର ଏଥିରେ ଭିଡ଼ ଜମିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.