ଚିଲିକା : ୱାଟର ଏରୋଡ୍ରମକୁ ବିରୋଧ କରି ଧାରଣା

ଚିଲିକା (କେନ୍ୟୁଜ୍) : କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ୱାଟର ଏରୋଡ୍ରମକୁ ବିରୋଧ କରି ଧାରଣା। ଏହାସହ ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ମଧ୍ୟ ବିରୋଧ କରାଯାଇଛି। ୮ଦଫା ଦାବି ନେଇ ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚ ପକ୍ଷରୁ CDA କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଚିଲିକାରେ ୱାଟର ଏରୋଡ୍ରମ କରାଗଲେ ପୁରୀ, ଖୋର୍ଦ୍ଧା ଓ ଗ଼ଞ୍ଜାମ ଜିଲ୍ଲାର ୩ଲକ୍ଷ ମତ୍ସ୍ୟଜୀବୀ ସେମାନଙ୍କ ଜୀବୀକା ହରାଇବେ ବୋଲି ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନେହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।