ବାଙ୍କୀରେ ବନ୍ୟା ପରିସ୍ଥିତି : ହୁଳୁହୁଳା ପୋଲ ଉପରେ ୩ ଫୁଟର ପାଣି

କଟକ (କେନ୍ୟୁଜ୍) : ଉତ୍ତର ବାଙ୍କୀରେ ବନ୍ୟା ପରିସ୍ଥିତି । ସୁବର୍ଣ୍ଣପୁର ରତାଗଡ ରାସ୍ତାର ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଆଠଗଡ ପଟୁ ସୁବର୍ଣ୍ଣପୁର ଦେଇ ସଂଯୋଗ କରୁଥିବା ଉତ୍ତର ବାଙ୍କୀ ବ୍ଳକର ରତାଗଡ, ଗୋପାଳପୁର, ଲୋଚନପୁର, ବନ୍ଦାଳ ଓ ତିଗିରିଆ ବ୍ଲକର ଖଣ୍ଡହତା, ଗଦାଧରପୁର, ବାଉଁଶପୁଟ ଭଳି ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ତିଗିରିଆ ପଟୁ ଗାଁକୁ ଯୋଗାଯୋଗ କରୁଥିବା ସୋମପଡା ବଡବନ୍ଧିଆଣି ରାସ୍ତାରେ ୪ଫୁଟରୁ ଅଧିକ ବନ୍ୟା ଜଳ ଯୋଗୁଁ ଗମନାଗମନ ଠପ ହୋଇଛି । ଦୁଇଟି ବ୍ଲକର ଶହ ଶହ ଏକର ଚାଷ ଜମିରେ ବନ୍ୟାଜଳ ମାଡିଛି । ଜଳସ୍ତର ବଢୁଥିବାରୁ ଲୋକଙ୍କ ଚିନ୍ତା ବଢୁଛି । ବାଙ୍କି ବିଡିଓ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.