Below header

ଚଢ଼େଇ ଭଳି ରାବୁଛି ଏହି ବାଘ ଛୁଆ, ମା’ର ଧ୍ୟାନ ଆକର୍ଷିତ କରିବା ପାଇଁ କରୁଛି ଏଭଳି ହରକତ, ଭିଡିଓ ଭାଇରାଲ

ରୁଷର ସର୍ବିଆରେ ଥିବା ବର୍ନାଲ ଚିଡ଼ିଆଘରେ ଏକ ବାଘକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଭିଟାସ୍‌ ନାମକ ଏହି ବାଘ ନିଜ ପାଟିରୁ ଏମିତି ଶବ୍ଦ ବାହାର କରୁଛି, ଯାହାକି ଏକ ଚଢ଼େଇ ରାବିଲା ଭଳି ଶୁଭୁଛି। ମାତ୍ର ୮ ମାସର ଏହି ବାଘ ଛୁଆ ଅମୁର ପ୍ରଜାତିର। ଏମାନେ ବିଶ୍ୱର ସବୁଠୁ ବଡ଼ ତଥା ଦ୍ରୁତଗାମୀ ହୋଇଥାଆନ୍ତି। ଭିଟାସ୍‌କୁ ଯେତେବେଳେ ବି ନିଜ ମା’ର ଆବଶ୍ୟକତା ପଡ଼େ, ସେ ଗୀତ ଗାଇବା ଆରମ୍ଭ କରିଦେଇଥାଏ।

ତେବେ କିଛି ଲୋକଙ୍କୁ ତା’ ଆଓ୍ଵାଜ୍‌ ଚଢ଼େଇ ଭଳି ଶୁଭାଯାଉଛି ତ କିଛି ଲୋକଙ୍କୁ ମାଙ୍କଡ଼ ଭଳି। ଏବେ ଭିଟାସ୍‌ର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଚିଡ଼ିଆଘରେ କାମ କରୁଥିବା ଲୋକେ କହିଛନ୍ତି, ଭିଟାସ୍‌ର କେତେଜଣ ଭାଇ, ଭଉଣୀ ଅଛନ୍ତି। ଏଥିପାଇଁ ସେ ସବୁବେଳେ ନିଜ ମା’ର ଧ୍ୟାନ ଆକର୍ଷିତ କରିବା ପାଇଁ ଚିଲ୍ଲାଉଥାଏ। ସେ ସେପର୍ଯ୍ୟନ୍ତ ଚିଲ୍ଲାଉଥାଏ, ଯେ ପର୍ଯ୍ୟନ୍ତ ମା’ ସମସ୍ତଙ୍କୁ ଛାଡ଼ି ତା’ ପାଖକୁ ନ ଆସିଛି।

ଅମୁର ପ୍ରଜାତିର ବାଘକୁ ଦୁନିଆର ସବୁଠୁ ବଡ଼ ବାଘ ବୋଲି କୁହାଯାଇଥାଏ। କିନ୍ତୁ ଏବେ ଏହି ପ୍ରଜାତି ବିପଦ ମୁହଁରେ ରହିଛନ୍ତି। ପୂର୍ବ ରୁଷରେ ଏମାନଙ୍କ ସଂଖ୍ୟା ମାତ୍ର ୬୦୦, ଏମାନେ ନିଜ ପ୍ରାକୃତିକ ଘରେ ବସବାସ କରୁଛନ୍ତି। ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ଯୋଗୁ ଅମୁର ବାଘ ଏବେ ସଙ୍କଟ ପରିସ୍ଥିତିରେ ଅଛନ୍ତି।

tiger

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.