୨୨ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟନସିପରେ ୧୪ଟି ପଦକ ଜିତି ପ୍ରଥମ ସ୍ଥାନରେ କିସ

କଟକ(କେ ନ୍ୟୁଜ): କଟକର ବାରବାଟୀ ଷ୍ଟାଡିୟମରେ ଉଦଯାପିତ ହେଲା ୨୨ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗୀତା । ଏହି ପ୍ରତିଯୋଗିତାରେ ଆଗରେ ଅଛି କିସ । ମୋଟ ୧୪ଟି ପଦକ ଜିତି କିସ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ଅଛି ସାଇ ହଲ । ତୃତୀୟ ସ୍ଥାନରେ ରହିଛି କଟକ ଜିଲ୍ଲା ଆର୍ଚେରୀ ଆସୋସିଏସନ।। ଏହି ଚାମ୍ପିୟନସିପରୁ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ୧୨ ଜଣ ଖେଳାଳି ଚୟନ ହେଲେ ।  ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ କ୍ରିଡା ସଂଗଠନ ପକ୍ଷରୁ ୨୩୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

KISS

ସୂଚନା ଦେଉଛୁକି ଏହି ପ୍ରତିଯୋଗୀରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ କ୍ରିଡା ସଂଗଠନ ପକ୍ଷରୁ ୨୩୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କ୍ୟାଡେଟ,ଜୁନିୟର,ସବ-ଜୁନିୟର ଏବଂ ସିନିୟର ବର୍ଗରେ ଖେଳାଳୀମାନେ ଅଂଶଗ୍ରହଣ କରି ଦେଖାଇଛନ୍ତି ନିଜର ଦକ୍ଷତା । ଏହି ପ୍ରତିଯୋଗୀତାରେ ରାଜ୍ୟର ମୋଟ ୨୦ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଏଥିରେ ୧୭ଟି ଜିଲ୍ଲାର ଟିମ ସହ ୩ଟି କ୍ରୀଡ଼ା ସଂଗଠନର ଟିମ ଭାଗ ନେଇଥିଲେ । ଇଣ୍ଡିଆନ ରାଉଣ୍ଡ ଜୁନିଅର ଗାର୍ଲସ ରେ କିସ ର ଲତିକା ଖଣ୍ଡପତ୍ର ଓ ଜୟଲଷ୍ମୀ ମଲ୍ଲିକ । ଇଣ୍ଡିଆନ ରାଉଣ୍ଡ ଜୁନିଅର boys ରେ କିସର ରାମେଶ୍ୱର ହନ୍ତାଳ, ରିକାରଭା ଜୁନିଅର ବଏଜ ବିଭାଗରେ କିସର ସୋମନାଥ ହେମ୍ରମ୍ ମେଡାଲ ପାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.