Below header

ସାବୁନ ଲଗାଇ ମାଙ୍କଡ଼ ଧୋଉଛି କପଡ଼ା, Videoକୁ ସୋସିଆଲ ମିଡିଆରେ ଦେଖି ସାରିଲେଣି ଲକ୍ଷାଧିକ ଲୋକ

ମାଙ୍କଡ଼ ଏମିତି ଏକ ପ୍ରାଣୀ, ଯାହାର ଅଜବ ହରକତ ସବୁ ଦେଖି ଲୋକେ ହସିବାରେ ଲାଗିଥାନ୍ତି। ଆଉ ଏହାର ଖୁବ ମଜା ମଧ୍ୟ ନେଇଥାଆନ୍ତି। ସୋସିଆଲ ମିଡିଆରେ ବି ମାଙ୍କଡ଼ଙ୍କର ଏମିତି କିଛି ଭିଡ଼ିଓ ଭାଇରଲ ହୋଇଥାଏ, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଏବେ ଇଣ୍ଟରନେଟରେ ଭାଇରଲ ହେଉଥିବା ଏକ ଭିଡ଼ିଓରେ ବି ମାଙ୍କଡ଼ର ମଜାଳିଆ ହରକତ ଦେଖିବାକୁ ମିଳୁଛି। ଏଥିରେ ଏକ ଛୋଟ ମାଙ୍କଡ଼ ମଣିଷକୁ ଦେଖି ଠିକ ସେହିଭଳି ଢ଼ଙ୍ଗରେ କପଡ଼ା ଧୋଇବାକୁ ଚେଷ୍ଟା କରୁଛି। କପଡ଼ାକୁ ଓଦା କରି ତାହାକୁ ଭଲ ଭାବେ ଧୋଇବାରେ ଲାଗିଛି। ଏତିକି ହିଁ ନୁହେଁ, ସାବୁନ ଓ ବ୍ରଶ ଲଗାଇ କପଡ଼ାକୁ ରଗଡୁଥିବା ଦେଖାଯାଉଛି।

ମାଙ୍କଡ଼ଟି ଏକଦମ ମନ ଲଗାଇ କପଡ଼ା ଧୋଉଛି। ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଇଛି। ଏହାକୁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ଲାଇକ କରିଛନ୍ତି।

 

View this post on Instagram

 

A post shared by Dominique Biniou II (@dbiniou)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.