କୋଭିଡ଼ ଆକ୍ରାନ୍ତଙ୍କ ପାଇଁ କୁଆଖିଆରେ ଉଦଘାଟିତ ହେଲା ଯାଜପୁର ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା କୁଆଖିଆ ଠାରେ ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ ଆଜି ସଂଧ୍ୟାରେଉଦଘାଟିତ ହୋଇଯାଇଛି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହାକୁଆନୁଷ୍ଠାନିକ ଭାବେ ଲୋକର୍ପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତାରୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ,ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

୨ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୫୦ ଅକ୍ସିଜେନ ଯୁକ୍ତବେଡ ଓ ୫୦ଟି ଆଇସିୟୁ ବେଡର ବ୍ୟବସ୍ଥା ରହିଛି । ଯାଜପୁର ଜିଲ୍ଲାରେ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପାଇଁ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଥିଲେ । ଜିଲ୍ଲାର କୁଆଖିଆଠାରେ ଥିବା ଭୁମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ ହସ୍ପିଟାଲ ଭାବରେ କାମ କରିବ । ଯାହାଫଳରେ ଯାଜପୁର ତଥା ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ କିମ୍ବା ଭୁବନେଶ୍ୱର ଯିବାକୁପଡିବ ନାହିଁ ।

JAJPUR 3

 

ଏଥିସହ ରୋଗୀଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବ। କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ବଢାଇବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ।ପୂର୍ବରୁ ଯାଜପୁର ଜିଲ୍ଲାରେ ଟାଟା କଂପାନୀ ସହାୟତାରେ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି । ତେବେ ଜିଲ୍ଲାରେ ସଂକ୍ରମଣ ବଢୁଥିବା ଦୃଷ୍ଟିକୋଣରୁ କୋଭିଡ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସରକାର ଘରୋଇ ସହାୟତାରେ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ ।ଏଠାରେ ରୋଗୀମାନେ ସଂପୂର୍ଣ୍ଣ ମାଗଣାରେ କୋଭିଡ ଚିକିତ୍ସା ସୁବିଧା ପାଇପାରିବେ । ଏହି ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିବା ମେଡିକାଲ କର୍ତ୍ତୃପକ୍ଷ  ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.