୧୦ ବର୍ଷ ହେଲା ଭିକ ମାଗୁଥିଲେ ଏହି ମହିଳା, ଯାହାଙ୍କ ବ୍ୟାଙ୍କ ଆକାଉଣ୍ଟର ଅର୍ଥରାଶି ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

ବିଶ୍ୱର ଅନେକ ଦେଶରେ ଭିକ୍ଷାବୃତ୍ତି କରିବା ଅପରାଧ । କିନ୍ତୁ ଏହାକୁ ଅନେକ ଦେଶରେ ଅବମାନନା କରାଯାଉଛି। ଏହା ଏକ ଅପରାଧ ସତ୍ତ୍ୱେ ଭିକାରୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆମେମାନେ ଜାଣିଛେ ଯେ, ଯେଉଁମାନେ ଚଳିବା ପାଇଁ କିଛି ନଥାଏ, କାମ ଧନ୍ଦା କରିପାରନ୍ତି ନାହିଁ, ସେମାନେ ବାଧ୍ୟ ହୋଇ ଭିକ୍ଷାବୃତ୍ତିକୁ ଆପଣାଇଥାନ୍ତି। ଏମାନଙ୍କୁ ଦେଖି ଆପଣଙ୍କ ମନରେ ଦୟା ଆସୁଥିବା ବେଳେ ଲୋକେ ଅନେକ ସାହାଯ୍ୟ କରିଥାନ୍ତି। କିନ୍ତୁ ଆପଣ ଏହି ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଜଣେ ମହିଳା ଭିକାରୀ ରହିଛନ୍ତି, ଯାହାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ପଇସା କଥା ବ୍ୟାଙ୍କବାଲା ମଧ୍ୟ ଚକିତ ହୋଇପଡିଛନ୍ତି।

beggar

ଲେବନାନାରେ ରହୁଥିବା ଏହି ମହିଳାଙ୍କ ନାମ ଓ୍ଵଫା ମହମ୍ମଦ ଅବଦ। ଏହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬.୩୭ କୋଟି ଟଙ୍କା। ମହିଳା ଭିକାରୀ ଜଣକ ନିଜ ଆକାଉଣ୍ଟରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରୁଥିବା ସମୟରେ ଜଣାପଡିଥିଲା।

ଏହାସହ ପଢ଼ନ୍ତୁ ; ସ୍ୱର୍ଗ ଠାରୁ ମଧ୍ୟ କମ୍‌ ନୁହେଁ ଏହିସବୁ ହୋଟେଲ, ଯେଉଁଠିକୁ ଗଲେ ଆପଣଙ୍କର ମଧ୍ୟ ଆସିବାକୁ ହେବ ନାହିଁ ଇଚ୍ଛା

cheque

ରିପୋର୍ଟ ମୁତାବକ,ମହିଳା ଜଣକ ଯେତେବେଳେ ପଇସା ଟ୍ରାନ୍ସଫର ପାଇଁ ବ୍ୟାଙ୍କକୁ ଆବେଦନ କରିଥିଲେ ତେବେ କର୍ମଚାରୀ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳାଙ୍କ ଚେକ୍‌କୁ ନେଇ ସେମାନେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ। ଏହି ମହିଳାଙ୍କ ଦୁଇଟି ଚେକ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏହି ମହିଳା ସେଦାନ ବାସିନ୍ଦା ବୋଲି କୁହାଯାଇଛି। ସେ ସେଦାନର ଏକ ପ୍ରସିଦ୍ଧ ହସପିଟାଲ ସାମ୍ନାରେ ଭିକ୍ଷାବୃତ୍ତି କରିଥାନ୍ତି।
ସେହି ହସପିଟାଲର ଜଣେ ନର୍ସଙ୍କ କହିବାନୁଯାୟୀ, ଏହି ମହିଳା ଜଣକ ଗେଟ ପାଖରେ ବସି ଭିକ ମାଗନ୍ତି। ସେ ପାଖାପାଖି ୧୦ ବର୍ଷ ହେବ ଏହି ସ୍ଥାନରେ ଭିକ ମାଗୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.