Below header

ମଦ ନିଶାରେ ଏମିତି କରି ବସିଲେ ତିନି ସାଙ୍ଗ, ଖବର ଏବେ ଜୋରସୋରରେ ଭାଇରାଲ ହେଉଛି

ମଦ ନିଶାରେ ଲୋକେ କଣ କଣ କରନ୍ତି ସେ କଥା ଆପଣମାନେ ଦେଖିଥିବା ଅବା ଶୁଣିଥିବେ । ଏବେ ଆଉ ଏକ ଏଭଳି ଘଟଣା ଘଟିଛି ରାଜସ୍ଥାନର ଧୋଲପୁର ଠାରେ । ଏଠାକାର ପିପରିପୁରା ସ୍ଥିତ ଏକ କେନାଲ ନିକଟରେ ବସି ତିନି ଜଣ ସାଙ୍ଗ ଭୋଜି କରୁଥିଲେ । ଭୋଜି ସହ ମଦ ପିଆ ବି ଜୋରସୋରରେ ଚାଲିଥିଲା । ଏହି ସମୟରେ ପାଖରେ ଥିବା ଏକ ବୁଦା ସାପଟିଏ ବାହାରିଲା । ତିନି ସାଙ୍ଗଙ୍କ ଭିତରୁ ଜଣେ ସାପଟିକୁ ଚଟ୍‌କିନା ମୁଣ୍ଡପଟୁ ଧରି ପକାଇଲା । ଆଉ ସଙ୍ଗେ ସଙ୍ଗେ ତାର ମୁଣ୍ଡ ଓ ଲାଞ୍ଜ କାଟି ତାକୁ ରୋଷ୍ଟ କରି ଦେଲା । ସେହି ମଦ ନିଶାରେ ସାପ ମାଂସକୁ ତିନି ସାଙ୍ଗ ବେଶ୍‌ ମଜାରେ ଖାଇଗଲେ ।
ହେଲେ କିଛି ସମୟ ପରେ ଜଣେ ସାଙ୍ଗର ଦେହ ଖରାପ ହେଲା ଓ ସେ ବେହୋସ ହୋଇଗଲା । ପରେ ତାକୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅବଶ୍ୟ ପ୍ରାୟ ୧୨ ଘଣ୍ଟାର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।
ଏହି ତିନି ଜଣ ବ୍ୟକ୍ତି ହେଉଛନ୍ତି ଅମର ସିଂହ, ଯୋଗୀନ୍ଦର ସିଂହ ଓ ଶିବରାମ । ଏମାନେ ମିଶିକି କୌଣସି ଏକ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଏମାନେ ପାର୍ଟି କରୁଥିବା ବେଳେ ସାପକୁ ଖାଇଗଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.