Below header

୧୧ କ୍ୟାବିନେଟ ଓ ୪ ରାଜ୍ୟ ମନ୍ତ୍ରୀକୁ ନେଇ ରାଜସ୍ଥାନ କ୍ୟାବିନେଟ ପୁନର୍ଗଠନ,୩ ମହିଳାଙ୍କୁ ମିଳିଲା ସ୍ଥାନ

ରାଜସ୍ଥାନ : ଆଜି ଅର୍ଥାତ ୨୧ ନଭେମ୍ବରରେ ରାଜସ୍ଥାନରେ ମନ୍ତ୍ରୀମଣ୍ଡଳର ପୁନର୍ଗଠନ ହୋଇଛି । ବିଧାୟକ ମାନେ ପଦ ଓ ଗୋପନୀୟତାର ଶପଥ ପାଠ ଆଜି କରିଛନ୍ତି ।ଶପଥ ପାଠା କରାଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରରେ ସବୁ ମନ୍ତ୍ରୀ ଶନିବାର ଇସ୍ତଫା ଦେଇଥିଲେ ।

ଯେଉଁଥିପାଇଁ ଆଜି ୧୫ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେଲେ । ଏଥିରେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି । ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ସଚିନ ପାଇଲଟଙ୍କ ୪ ବିଧାୟକ ସାମିଲ ଥିବା ଜଣାଯାଇଛି । ମନ୍ତ୍ରୀ ମଣ୍ଡଳରେ ୩ ଜଣ ମହିଳାଙ୍କୁ ସାମିଲ କରାଯାଇଥିବା ଜଣାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜସ୍ଥାନ କ୍ୟାବିନେଟ୍ରେ ୩୦ ଜଣ ମନ୍ତ୍ରୀ ସାମିଲ ହୋଇପାରିବେ । ପୂର୍ବରୁ ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ୨୧ ଜଣ ମନ୍ତ୍ରୀ ଥିଲେ । ପୁରୁଣା ମନ୍ତ୍ରିମଣ୍ଡଳରୁ କେବଳ ୩ ଜଣଙ୍କୁ ବାଦ୍ ଦିଆଯାଇଛି । ଗୋବିନ୍ଦ ସିଂ ଦୋସ୍ତାରା, ହରିଶ ଚୌଧୁରୀ ଓ ରଘୁ ଶର୍ମାଙ୍କୁ ବାଦ ଦିଆଯାଇଛି । ନୂଆ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି ସଚିନ୍ ପାଇଲଟ୍ ଙ୍କ ୫ ଜଣ ସମର୍ଥକ ।

ନୂଆ ମନ୍ତ୍ରିମଣ୍ଡଳକୁ ନେଇ ସନ୍ତୁଷ୍ଟ ବୋଲି କହିଛନ୍ତି ସଚିନ୍ ପାଇଲଟ୍ । ଗତ ବର୍ଷ ସଚିନ୍ ପାଇଲଟ୍ ବିଦ୍ରୋହ କରିଥିଲେ । ତାଙ୍କୁ ବୁଝେଇବା ପାଇଁ କଂଗ୍ରେସକୁ ଦୀର୍ଘଦିନ ଲାଗିଯାଇଥିଲା । କ୍ୟାବିନେଟ୍ ସଂପ୍ରସାରଣ ବେଳେ ତାଙ୍କ ଅନୁଗତଙ୍କୁ ସ୍ଥାନ ମିଳିବ ବୋଲି କଂଗ୍ରେସ ତାଙ୍କୁ ପ୍ରତିଶୃତି ଦେଇଥିଲା । ନୂଆ କ୍ୟାବିନେଟ୍କୁ ସନ୍ତୁଳିତ କରାଯାଇଛି ।

ସବୁ କ୍ଷେତ୍ରକୁ ପ୍ରତିନିଧିତ୍ୱ ଦିଆଯାଇଛି । ଆଦିବାସୀ, ଦଳିତ ଓ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିଛି । ୨୦୨୩ରେ ବିଜେପି ସହ ଲଢ଼େଇ କରି କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି କହିଛନ୍ତି ସଚିନ୍ ପାଇଲଟ୍ । ଆଜି ଶପଥ ଗ୍ରହଣ ପୂର୍ବରୁ ବିଧାୟକ ଦଳ ବୈଠକ ବସିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.