Below header

ରାସ୍ତା ପାର କରୁଛି ମହାବଳ ବାଘ, ଥରେ ଦେଖନ୍ତୁ ଦେହ ଶୀତେଇ ଯିବ

ବିଭିନ୍ନ ସୋସିଆଲ ମିଡିଆରେ ଏକ ବାଘର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦାବି କରାଯାଉଛିକି ଏହି ଦୃଶ୍ୟ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ବ୍ରହ୍ମପୁରୀ କସବେ ଠାରୁ ୪ କିଲୋମିଟର ଦୂର ସ୍ଥାନରେ ଦେଖିବାକୁ ମିଳିଛି । ପ୍ରକୃତରେ ଏଠାରେ ଏକ ବାଘ ସଡକ ପାର ହେଉଥିବା ସମୟରେ ଏକ ହାଇୱେ କଡରେ ଆସି ଛିଡା ହୋଇଯାଉଛି । କିନ୍ତୁ ଲୋକମାନେ କିନ୍ତୁ ବୁଦ୍ଧିମାନର ସହ କାମ କରିଛନ୍ତି | କିନ୍ତୁ ଏହା ଭିତରେ ଜଣେ ବାଇକ ଚାଳକଙ୍କ ପାଗଳାମି ସମସ୍ତଙ୍କ ଉପରେ ଭାରି ପଡିଛି । ବାଇକ ଚାଳକ ରାସ୍ତାରେ ଯାଉଥିବା ସମୟରେ ବାଟରେ ଗାଡି ଅଟକାଇ ବାଘର ଭିଡିଓ ସୁଟିଂଗ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବାକି ଲୋକ କିଛି ଦୂରରେ ଛିଡା ହୋଇ ବାଘ ଯିବା ନେଇ ଅପେକ୍ଷା କରୁଥିଲେ । ଏହି ଭିଡିଓଟିକୁ ନେଇ ବିଭିନ୍ନ ମହଲରୁ ମିଶ୍ର ପ୍ରତିକ୍ରିୟା ଆସିବାରେ ଲାଗିଛି । କିଛି ଲୋକ ତ ଏମିତି ବି କହିଛନ୍ତିକି ବାଘ କଣ ମଣିଷ ଭଳି ରାସ୍ତା ପାର ହେଉଛି । ୨୯ ସେକେଣ୍ଡର ଏହି ଭିଡିଓଟିରେ ଆପଣ ଦେଖିପାରିବେ କିପରି ଏକ ବାଘ ଜଙ୍ଗଲରୁ ବାହାରି ସଡକ ପାର କରିବାକୁ ଚେଷ୍ଟା କରୁଛି । ଏହାର ଦୁଇ ପାଖରେ ଲୋକେ ଭିଡ ଜମାଇଛନ୍ତି ।

 

କିନ୍ତୁ ଏଭିତରେ ଜଣେ ବାଇକ ଚାଳକ ଏମିତି ରାସ୍ତା ପାର କରୁଛନ୍ତି ଯେମିତି ଲାଗୁଛି ଏକ ହରିଣ ରାସ୍ତାର ଏପାଖରୁ ସେପାଖକୁ ଯାଉଛି । ବାକି ଟ୍ରାଫିକ ସମ୍ପୂର୍ଣ୍ଣ ରୂପେ ବାଘ ଯିବା ବାଟକୁ ଅପେକ୍ଷା କରିଛନ୍ତି । ଭିଡିଓ ଟିକୁ ଟ୍ୱିଟର ହ୍ୟାଣ୍ଡଳ @sdjoshi55 ତରଫରୁ ଜୁଲାଇ ୭ତାରିଖରେ ସେୟାର କରାଯାଇଛି । ଆଉ ସେ କ୍ୟାପ୍ସନରେ ଲେଖିଛନ୍ତିକି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ବ୍ରହ୍ମପୁରୀ କାସବୱେ ଠାରୁ ୪
କିଲୋମିଟର ଦୂରତାରେ ଏକ ବାଘ ରାସ୍ତା ପାର ହେଉଥିବା ଦେଖାଦେଇଛି । ଘଟଣାରେ ଜୁଲାଇ ୬ ତାରିଖ ସନ୍ଧ୍ୟା ୬ଟା ସମୟରେ ଘଟିଥିବା ଜଣାଯାଇଛି । ଏହି ଟ୍ୱିଟକୁ ଖବର ଲେଖାଯିବା ଭିତରେ ୬ ହଜାରରୁ ଅଧିକ ଥର ଲାଇକ କରାଯାଇଥିବାବେଳେ ଏକ ହଜାର ଥର ରିଟ୍ୱିଟ କରାଯାଇଛି । ଯେବେକି ଭିଡିଓଟିକୁ ୨ ଲକ୍ଷ ୨୦ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.