Below header

ପୋଲିସ ହାତରେ ଧରା ପଡିଲା ସିଂଜୋ ଆବେଙ୍କ ହତ୍ୟାକାରୀ, ଜାପାନ ସେନାରେ ଥିଲେ ନିଯୁକ୍ତ

ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଏକ ନିର୍ବାଚନ ପ୍ରଚାର ରାଲିରେ ଗୁଳି କରି ହତ୍ୟା କରାଯାଇଛି । ସିଂଜୋ ହେଉଛନ୍ତି ଜାପାନ ଇତିହାସରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ରହିଥିବା ପ୍ରଧାନମନ୍ତ୍ରୀ । ତାଙ୍କୁ ଆଜି ସକାଳ ସମୟରେ ପଶ୍ଚିମୀ କ୍ଷେତ୍ରରେ ପଛ ପଟରୁ ଦୁଇ ଥର ଗୁଳି ମରାଯାଇଛି । ଘଟଣା ଘଟିବା ପରେ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛିକି ଆବେଙ୍କ ବେକର ଡ଼ାହାଣ ପାଖରେ ଗୁଳି ବାଜିଛି | ଯାହାଫଳରେ ତାଙ୍କର ମାତ୍ରାଧିକ ରକ୍ତଶ୍ରାବ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ଜଣାଯାଇଛି । ମୁଖ୍ୟ କ୍ୟାବିନେଟ ସଚିବ ହିରୋକାଜୁ ମାତ୍ୟୁନୋଙ୍କ ସୂଚନା ମୁତାବକ ଆଜିକୁ ସକାଳ ପାଖାପାଖି ସାଢେ ୧୧ଟା ସମୟରେ ଗୁଳି ମରାଯାଇଛି । ସେ ଏହା ମଧ୍ୟ କହିଛନ୍ତିକି ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଧୀନକୁ ନିଆଯାଇଛି । ଘଟଣା ସ୍ଥଳରେ ମହଜୂତ ଥିବା ସୁରକ୍ଷା କର୍ମୀମାନେ ତୁରନ୍ତ ସନ୍ଦିଗ୍ଧ ଅପରାଧୀଙ୍କୁ ଧରି ନେଇଥିଲେ । ତାଙ୍କ ବୟସ ୪୧ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହା ସହ ହାତ ତିଆରି ବନ୍ଧୁକ ଜବତ ହୋଇଛି ।

ହତ୍ୟାକାରୀଙ୍କ ବାବଦରେ କୌଣସି ସୂଚନା ପୋଲିସ ତରଫରୁ ଦିଆଯାଇନାହିଁ । କିନ୍ତୁ ଜାପାନୀ ମିଡିଆ ରିପୋର୍ଟରେ କୁହାଯାଇଛିକି ସନ୍ଦିଗ୍ଧ ବ୍ୟକ୍ତି ଜାପାନ ମେରିଟାଇମ ସେଲ୍ଫ ଡିଫେନ୍ସ ଫୋର୍ସର ପୂର୍ବ ସଦସ୍ୟ । କୁହାଯାଉଛିକି ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ୨୦୦୫ ପର୍ଯ୍ୟନ୍ତ ସେନାରେ ତିନି ବର୍ଷ ଧରି କାଟିଛନ୍ତି । ପୋଲିସ ପକ୍ଷରୁ ଏହା ମଧ୍ୟ କୁହାଯାଉଛିକି ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ନିଜେ ହିଁ ବନ୍ଧୁକ ପ୍ରସ୍ତୁତ କରିଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସୁରକ୍ଷାକର୍ମୀ ମାନେ ହତ୍ୟାକାରୀ ମାନଙ୍କୁ ଧରିବାକୁ ଚେଷ୍ଟା କରନ୍ତେ ବ୍ୟକ୍ତି ଜଣଙ୍କ ଆଦୌ ବି ଖସି ପଳାଇବାକୁ ଚେଷ୍ଟା କରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.