ସାନ ଭଉଣୀ ପାଇଁ ବଡ଼ ଭାଇର କର୍ତ୍ତବ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର(କେନ୍ୟୁଜ୍):  ସାଢେ ୩ ଘଣ୍ଟାର ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରୁ ବାହାରି ସେ ସିଧାସଳଖ ରାଜ୍ଯ ଅତିଥି ଭବନରେ ପହଞ୍ଚିଥିଲେ। ରାଜ୍ୟ ଅତିଥି ଭବନରେ ତାଙ୍କୁ ପ୍ରଥମେ ସ୍ବାଗତ କରିଥିଲେ ବିଷ୍ଣୁ ସେଠୀ। ତାପରେ ତାଙ୍କୁ ବିଜେପିର ସାଂସଦ ଓ ବିଧାୟକମାନେ ସ୍ବାଗତ କରିଥିଲେ। ସେଠାରେ ଦ୍ରୌପଦୀ ମୁର୍ମୁ ୧୦ ମିନିଟ୍ ରହିବା ପରେ ବିଧାନସଭା କୁ ଯାଇଥିଲେ। ବିଧାନସଭାକୁ ଫେରି ସେ ରାଜ୍ୟ ଅତିଥି ଭବନରେ ୩୦ ମିନିଟ ରହିଥିଲେ। ସେହି ସମୟରେ ସେ ବିଜେପି ର ସମସ୍ତ ସାଂସଦ ଓ ବିଧାୟକ ମାନଙ୍କୁ ଭେଟି ସମର୍ଥନ ଲୋଡିଥିଲେ। ଏବଂ ତାପରେ ସେଠାରୁ ସେ ନବୀନ ନୀବାସ ଯାଇଥିଲେ। ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ତାପରେ ସେ ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରିଛନ୍ତି।

ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଥିଲେ ଦ୍ରୌପଦୀ ମୁର୍ମୁ। ଭାବପ୍ରବଣ ହୋଇ ନବୀନଙ୍କୁ ରାଖି ବାନ୍ଧିଥିଲି ବୋଲି କହିଥିଲେ । ସମର୍ଥନ ମାଗିବା ଆଗରୁ ନିର୍ବାଚନ ପାଇଁ ସମର୍ଥନ ଦେବା ସହ ବିଦେଶରେ ଥାଇ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍‌ରେ କଥା ହୋଇଥିଲେ ବୋଲି କହିଥିଲେ ଦ୍ରୌପଦୀ ମୁର୍ମୁ। ସେ କହିଥିଲେ ମୁଁ ଗାଁର ଝିଅ, ମନ୍ତ୍ରୀ ଥିଲି ବହୁ କାମ କରିଛି। ଆହୁରି କାମ ବାକି ଅଛି, ଏବେ ଆପଣଙ୍କ ସହଯୋଗ ଦରକାର ।

ଦ୍ରୌପଦୀ ମୁର୍ମୁ ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହାପରେ ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହାପୂର୍ବରୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେଡି ଓ ବିଜେପିର ବହୁ ନେତା ଓ ସାଂସଦ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପାରମ୍ପରିକ ଆଦିବାସୀ ନୃତ୍ୟ ଓ ସଂଗୀତ ମଧ୍ୟରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଦ୍ରୌପଦୀଙ୍କୁ ପାଛୋଟି ଆଣିବାକୁ ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.