ଭିନ୍ନ ଅନ୍ଦାଜରେ ଘରେ ବନାନ୍ତୁ “ଅଣ୍ଡା କରୀ”, ଗରମ ଗରମ ରୁଟି ସହ ମଜା ଆସିଯିବ
ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଲୋକମାନେ ଅଣ୍ଡାକୁ ବ୍ରେକଫାଷ୍ଟରେ ଖାଇବାକୁ ପସନ୍ଦ କରନ୍ତି । ଆଉ ଏହି କାରଣରୁ ସିଝା ଅଣ୍ଡା, ଅଣ୍ଡା ଆମଲେଟ କିମ୍ବା ଅଣ୍ଡା ଭୁଜିଆ ଆକାରରେ ଖାଇଥାନ୍ତି । ଅଣ୍ଡାକୁ ତରକାରୀ କରି ଖାଉଥିବାର ଖୁବ କମ ଦେଖାଯାଏ । ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ତରିକାରେ ଅଣ୍ଡା ତରକାରୀର ରେସିପି ନେଇ ଆସିଛୁ । ଯାହାକୁ ଥରେ ଖାଇଲେ ଆପଣଙ୍କ ମନ ବୁଝିବ ନାହିଁ । ବାରମ୍ବାର ପ୍ରସ୍ତୁତ କରି ଖାଇବାକୁ ଇଚ୍ଛା ହେବ । ତେବେ ଏଥିପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ବିଷୟରେ ଲେଖି ରଖନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ:
ଅଣ୍ଡା- ୬ ଟା
ପିଆଜ- ୩ ଟା
– ଗୋଟେ ରସୁଣ
– ଗୋଟେ ଚାମଚ ଲଙ୍କା ଗୁଣ୍ଡ
– ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ
– ଗୋଟେ ଚାମଚ ଗରମ ମସଲା ଗୁଣ୍ଡ
– ଗୋଟେ ଚାମଚ ଧନିଆ ପାଉଡର
– ଲୁଣ ସ୍ୱାଦ ଅନୁସାରେ
– ୨ ବଡ ଚାମଚ ସୋରିଷ ତେଲ
– ପାଣି
ପ୍ରସ୍ତୁତି ପ୍ରଣାଳୀ;
ପ୍ରଥମେ ଗୋଟେ ପାତ୍ରରେ ପାଣି ଗରମ କରି ଗ୍ୟାସରେ ଚଢନ୍ତୁ । ଏଥିରେ ଅଣ୍ଡା ଗୁଡିକ ଦେଇ ସିଝାଇ ନିଅନ୍ତୁ । ୧୦ ମିନିଟ ଭିତରେ ଅଣ୍ଡା ସିଝିଯିବ । ଥଣ୍ଡା କରି ଚୋପା ଛଡାଇ ଦିଅନ୍ତୁ । ଏବେ ଏକ ପ୍ୟାନରେ ତେଲ ଦିଅନ୍ତୁ । ତେଲ ଗରମ ହୋଇଆସିଲେ ଅଣ୍ଡା ଗୁଡିକୁ ସୁନେଲି ରଙ୍ଗର ହେବା ଯାଏଁ ଭାଜନ୍ତୁ । ଏବେ ପିଆଜ ଓ ରସୁଣକୁ ପେଷ୍ଟ କରି ଦିଅନ୍ତୁ । ଏବେ ସମସ୍ତ ମସଲା ଯେମିତିକି ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଆଦିକୁ ଏକ ପାତ୍ରରେ ରଖି ଦିଅନ୍ତୁ । ଏହି ମସଲାରେ ପିଆଜ ଓ ରସୁଣ ପେଷ୍ଟ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ ।
ପ୍ୟାନକୁ ପୁଣି ଥରେ ଗ୍ୟାସ ଉପରେ ରଖନ୍ତୁ । ଏଥିରେ ବଳକା ତେଲ ଦେଇ ଗରମ କରନ୍ତୁ । ପିଆଜ ଓ ରସୁଣ ପେଷ୍ଟ ଦେଇ କଷି ଦିଅନ୍ତୁ । ମସଲା ସୁନେଲି ରଙ୍ଗର ହୋଇଆସିଲେ ମସଲାରୁ ତେଲ ଛାଡିବାକୁ ଲାଗିଲେ ଏଥିରେ ଅଣ୍ଡା ଗୁଡିକୁ ଦେଇଦିଅନ୍ତୁ । ଗ୍ରେଭି ବନେଇବା ପାଇଁ ଗୋଟେ ଗ୍ଲାସ ପାଣି ଦିଅନ୍ତୁ । ଢାଙ୍କି ଦେଇ ୧୦ ମିନିଟ ଛାଡି ଦିଅନ୍ତୁ । ଆଞ୍ଚ ବନ୍ଦ କରି ଦିଅନ୍ତୁ । ଫୁଟି ଆସିଲେ ଏଥିରେ ଲଙ୍କା, ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ ।