ଲୋକଙ୍କୁ ଯୋଡିବା ପାଇଁ କାନ୍ଥକୁ ଦେଲେ ଏପରି ରୂପ, କାନ୍ଥ ହୋଇଗଲା ବହିଥାକ

ପ୍ରତ୍ୟେକ ସହରରେ ଏଭଳି କେତେକ ସ୍ଥାନ ରହିଛି, ଯେଉଁଠାରେ ଆଜିକାଲିର ଯୁବପିଢି ସେଲଫି ନେଇ ଇନଷ୍ଟାଗ୍ରାମ କିମ୍ବା ଫେସ୍‌ବୁକ୍‌ରେ ପୋଷ୍ଟ କରିଥାଏ। ଏହା ସମସ୍ତଙ୍କର ଫଟୋ ଉଠାଇବାର ପ୍ରିୟ ସ୍ଥାନ ହୋଇଥାଏ। ଏପରି ସ୍ଥାନକୁ ପ୍ରତିଦିନ ଅନେକ ଲୋକ ଫଟୋ କ୍ଲିକ କରିବାକୁ ଆସିଥାନ୍ତି। ବିଭିନ୍ନ କାନ୍ଥରେ ଆମ୍ଭେମାନେ କଳାକୃତି ହୋଇଥିବା ଦେଖିବାକୁ ପାଇଛେ। ଏଭଳି ଜଣେ କଳାର ମହତ୍ୱ ଜାଣିଥିବା କଳାକାର ଡଚ ଷ୍ଟ୍ରିଟ୍‌ ଆଟିଷ୍ଟ ଜେନଇନ୍ସ ଡିମ ନେଦରଲ୍ୟାଣ୍ଡର ବ୍ୟସ୍ତବହୁଳ ରହୁଥିବା ଷ୍ଟ୍ରିଟ୍‌ର କାନ୍ଥକୁ ଏଭଳି କଳାକୃତି ଦେଇଛନ୍ତି, ଏବେ ଏହା ସହରର ସବୁଠାରୁ ପ୍ରିୟ ସ୍ଥାନ ହୋଇଛି। ଡିମ ସହରର ଲୋକଙ୍କୁ ଏକଜୁଟ କରିବା ପାଇଁ ଏବଂ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢାଇବା ଉଦ୍ଦେଶ୍ୟରେ ଏପରି କଳାକୃତି କରିଛନ୍ତି। ଏଭଳି କଳା ଦ୍ୱାରା ପ୍ରତ୍ୟେକ ମନୁଷ୍ୟ ନିଜର ମଧ୍ୟରେ ଥିବା ସ୍ୱତନ୍ତ୍ରତାକୁ ଅନୁଭବ କରିପାରିବ।

5

 ନିଜ ବନ୍ଧୁଙ୍କ ଠାରୁ ମିଳିଛି ପ୍ରେରଣା :

ଡିମ ସହରର ଏପରି ଏକ ସ୍ଥାନରେ ଥିବା କାନ୍ଥରେ ବହିଥାକ ପରି ପେଣ୍ଟିଂ କରିଛନ୍ତି। ଏପରି କରିବା ପାଇଁ ତାଙ୍କର ଜଣେ ବନ୍ଧୁ ପ୍ରୋତ୍ସାହିତ କରିଛନ୍ତି। ସେ ବିଲିଡିଂର ଖାଲିପଡିଥିବା କାନ୍ଥରେ ଡିମ୍‌ଙ୍କ ପେଣ୍ଟିଂ ସମସ୍ତ ଲୋକଙ୍କୁ ଏକାଠି କରିପାରିଛି। ଏହି ପେଣ୍ଟିଂ ଲୋକଙ୍କ ମଧ୍ୟରେ ସକାରାତ୍ମକତା ବଢାଇଛି । ଡିମ ନିଜର ଚିନ୍ତାଧାରା ଏଠାରେ କହିବା ଫଳରେ ସ୍ଥାନୀୟ ଲୋକ ମଧ୍ୟ ତାଙ୍କୁ କାମରେ ସାହାଯ୍ୟ କରିଥିଲେ।

ii

ସମସ୍ତ ଲୋକଙ୍କୁ ନିଜର ପସନ୍ଦିତା ପୁସ୍ତକ ବିଷୟରେ ପଚାରି ବୁଝି ନିଜର କଳାରେ ସାମିଲ କରିପାରିଥିଲେ। କିନ୍ତୁ ଡିମ ରାଜନୀତି ଏବଂ ଧର୍ମ ବିଷୟରେ କୌଣସି ପୁସ୍ତକ ପେଣ୍ଟିଂ କରିନଥିଲେ। ଏକ ସପ୍ତାହ ମଧ୍ୟରେ ଡିମ୍‌ ଏହି ପ୍ରୋଜେକ୍ଟକୁ ଶେଷ କରିଥିଲେ। ଏହା ପରେ ସେହି ଜାଗା ଲୋକଙ୍କମାନଙ୍କର ପସନ୍ଦିତା ଜାଗା ପାଲଟିଯାଇଥିଲା। ଇନଷ୍ଟାଗ୍ରାମ ୟୁର୍ଜର ଏଠାରେ ଅଧିକ ମାତ୍ରାରେ ଫଟୋ କ୍ଲିକ କରିବାକୁ ଆସିଥାନ୍ତି। ଡିମ୍‌ ପ୍ରତ୍ୟେକ ସହରରେ ଏଭଳି କଳାକୃତି କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ଲୋକମାନେ ପରସ୍ପର ମଧ୍ୟରେ ଏକତ୍ରିତ ହୋଇ ରହିପାରିବେ। ତାଙ୍କର ଏଭଳି କଳାକୃତିକୁ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି।

ଏହାସହ ପଢ଼ନ୍ତୁ ; ସମସ୍ତ ପାଇଁ ଉଦାହରଣ ପାଲଟିଲେ ଆଇଏଏସ୍‌ ଅଧିକାରୀ, ମାତ୍ର ୧୮ ହଜାର ଟଙ୍କାରେ କଲେ ପୁଅ ବିବାହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.