ଆପଣ ଦାନ୍ତକାଠିରେ ଦାନ୍ତ ଘସୁଛନ୍ତି କି? ଜାଣି ରଖନ୍ତୁ କ’ଣ ରହିଛି ଏହାର ଔଷଧୀୟ ଗୁଣ

ଦାନ୍ତ ଘସିବା ପାଇଁ ବ୍ୟବହୃତ ବିଭିନ୍ନ ଗଛର କଞ୍ଚାକାଠିକୁ ଦାନ୍ତକାଠି କୁହାଯାଏ। ରାତିରେ ସଞ୍ଚିତ ଲାଳ, ମୁଖଗନ୍ଧ ଦୂର କରିବାକୁ ଦାନ୍ତ ଘସାଯାଏ। ଦାନ୍ତକାଠିରେ ଅନେକ ଜୀବାଣୁମାରକ ଗୁଣ ଥାଏ। ନାନାଦି ଗଛର ଡାଳରୁ ଦାନ୍ତକାଠି ତିଆରି କରାଯାଇପାରିବ। ଯଦିଓ ଅନେକ ଗଛରୁ ଦାନ୍ତକାଠି ତିଆରି କରାଯାଏ, ତେବେ କେତେକ ଗଛର ଜୈବ-ରାସାୟନିକ ଉପାଦାନ ଥିବା ହେତୁ ତାହା ଦାନ୍ତକାଠି ନିମନ୍ତେ ଅଧିକ ଉପଯୋଗୀ ହୋଇଥାଏ।

ପ୍ଲାଷିକ୍‌ ବ୍ରସକୁ ପ୍ରତିଦିନ ପାଟିରେ ପୁରାଇ ଦାନ୍ତ ଘସିବା ଅପେକ୍ଷା ମହୁଲ, କରଞ୍ଜ, ନିମ୍ବ, ଖଇର, ବଟ, ଅର୍ଜୁନ, ଶାଳ ଦାନ୍ତକାଠି ବ୍ୟବହାର କରିବା ଉଚିତ। କିନ୍ତୁ କିଆ, ବାଉଁଶ ଏବଂ ନଡ଼ିଆ ଦାନ୍ତକାଠିରେ ଦାନ୍ତ ଘସିବା ଅନୁଚିତ। କାରଣ, ଏଥିରେ ଦାନ୍ତ ଘସିଲେ ଅନିଷ୍ଟ ହୋଇଥାଏ। ଦାନ୍ତ ଘସିଲା ପରେ ରାଶି(ଖସା) ବା ସୋରିଷ ତେଲରେ ସୈନ୍ଧବ୍ୟ ଲବଣ ମିଶାଇ ଘସିଲେ ଦାନ୍ତ ଶକ୍ତ ରୁହେ। ତା’ହେଲେ ଆସନ୍ତୁ ଜାଣିବା କେଉଁ କେଉଁ ଦାନ୍ତକାଠିରେ ଦାନ୍ତ ଘସିଲେ, ଆମକୁ କି ପ୍ରକାର ଲାଭ ମିଳିଥାଏ।

danta2

-ବଟ କାଠିରେ ଦାନ୍ତ ଘସିଲେ କାନ୍ତି(ଶୋଭା) ବୃଦ୍ଧି ହୋଇଥାଏ।

-ଖଇର କାଠିରେ ଦାନ୍ତ ଘସିଲେ ମୁଖ ସୁଗନ୍ଧ ହୁଏ।

-ଡିମ୍ବିରି କାଠିରେ ଘସିଲେ ବାକଶୁଦ୍ଧି ହୁଏ।

-ଆମ୍ବକାଠି ବା ପତ୍ରରେ ଘସିଲେ ଆରୋଗ୍ୟ ମିଳେ।

-କଦମ୍ବ ଏବଂ ଅପାମାରଙ୍ଗ(ଅପାମାର୍ଗ) କାଠିରେ ଦାନ୍ତ ଘସିଲେ ମେଧା ପ୍ରାପ୍ତି ହୁଏ।

-ଡାଳିମ୍ବ ଏବଂ ବଣମଲ୍ଲି କାଠିରେ ଘସିଲେ ସୁନ୍ଦର ଚେହେରା ହୁଏ।

-ଜାଇ ଏବଂ ମନ୍ଦାର କାଠିରେ ଦାନ୍ତ ଘସିଲେ ଦୁଃସ୍ୱପ୍ନ ଦୋଷ ଦୂର ହୋଇଥାଏ।

Leave A Reply

Your email address will not be published.