‘ଯାହା କରୁଛ କର, ଫାଇନ କାଟିଲେ କରିଦେବି ସୁଇସାଇଡ୍‌,’ ପୋଲିସଙ୍କୁ ଯୁବତୀଙ୍କ ଧମକ

ଟ୍ରାଫିକ୍‌ ନିୟମ ଉଲଂଘନ କଲେ ଲୋକମାନଙ୍କୁ ଭାରୀ ଜରିମାନା ଭରିବାକୁ ପଡୁଛି। ଚାଳକ ମାନେ ଏବେ ଚାଳାଣ ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। ପ୍ରାୟ ସବୁବେଳେ ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଯୁକ୍ତି ତର୍କର ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଏହିସବୁ ଭିତରେ ଦିଲ୍ଲୀର କାଶ୍ମୀର ଗେଟ ଆଇଏସବିଟିରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ କର୍ମଚାରୀ ଯେତେବେଳେ ଜଣେ ଯୁବତୀଙ୍କୁ ଫାଇନ ପାଇଁ ଅଟକାଇଲେ ତେବେ ଏଥିରେ ଯୁବତୀ ଜଣଙ୍କ ଏମିତି ରାଗି ଗଲେ ଯେ ପୋଲିସକୁ ହେଲମେଟରେ ମାରି ନିଜକୁ ଶେଷ କରିଦେବାର ଧମକ ଦେବାକୁ ଲାଗିଲେ।

fineଘଟଣା ବେଳେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ, କିଛି ଲୋକ ଏହି ପୂରା ଘଟଣାର ଭିଡିଓ ବନାଇଥିଲେ। ଏହାପରେ ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଭିଡିଓଟି ଜବରଦସ୍ତ ଭାଇରାଲ ହେଉଛି ସୋସିଆଲ ମିଡିଆରେ।

ନିଶ୍ଚିତ ପଢନ୍ତୁ : ‘ମୋତେ ତମେ ଚିହ୍ନିନ, ମୁଁ ତୁମର ଜ୍ୱର ଛଡେଇଦେବି’ ପୋଲିସକୁ କହିଲେ ମହିଳା ଚାଳକ

ପୋଲିସ ଯେତେବେଳେ ଯୁବତୀଙ୍କୁ ପଚରାଉଚୁରା କରିଥିଲେ, ଯୁବତୀ କହିଥିଲେ ଯେ ତାଙ୍କ ସ୍କୁଟିର ନମ୍ବର ପ୍ଲେଟ ଗୋଟେ ଦିନ ପୂର୍ବରୁ କେହି ଭାଙ୍ଗି ଦେଇଥିଲେ। ସେ ଇୟରଫୋନ ଲଗାଇ ମୋବାଇଲରେ କଥା ହେଉନଥିଲେ, ବରଂ ଗୀତ ଶୁଣୁଥିଲେ। ଏହାପରେ ଯୁବତୀ କାନ୍ଦିବାକୁ ଲାଗିଲେ।

ଏହି ସମୟରେ ଯୁବତୀ ଜଣଙ୍କ ଅନେକ ଥର ନିଜ ମା’ଙ୍କୁ ଫୋନ କରିଥିଲେ। ଟ୍ରାଫିକ ପୋଲିସ କର୍ମଚାରୀ ଏମିତି ଆଗକୁ ନ କରିବାକୁ ତାଗିଦ୍‌ କରି ଛାଡି ଦେଇଥିଲେ।

video courtesy : chenab news 24

Leave A Reply

Your email address will not be published.