ବ୍ରହ୍ମପୁର: ଭିଜିଲାନ୍‌ସ ଜାଲରେ MKCG ମେଡିକାଲ କଲେଜର କନିଷ୍ଠ କିରାଣୀ

ବ୍ରହ୍ମପୁର(କେନ୍ୟୁଜ୍): ଭିଜିଲାନ୍‌ସ ଜାଲରେ କନିଷ୍ଠ କିରାଣୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଗଲେ MKCG ମେଡିକାଲ କଲେଜର କାର୍ଯ୍ୟରତ କନିଷ୍ଠ କିରାଣି ଅଜିତ କୁମାର ସାହୁ। ଏକାସାଙ୍ଗରେ ୫ଟି ସ୍ଥାନରେ ଚାଲିଛି ଚଡାଉ। ଆମ୍ବପୁଆସ୍ଥିତ ଡୁପ୍ଲେକ୍ସ, ବ୍ରହ୍ମପୁର ଗଜପତି ନଗରରେ ଥିବା ୩ମହଲା କୋଠା, ଲାଞ୍ଜିପଲ୍ଲୀସ୍ଥିତ ଘର, MKCG ମେଡିକାଲ କଲେଜ ହସପିଟାଲ ପରିସରରେ ଥିବା କାର୍ଯ୍ୟାଳୟ ସମେତ ଲାଞ୍ଜିପଲ୍ଲୀରେ ତିବା ସିମେଣ୍ଟ ଗୋଦାମ ଘରେ ଚଢାଉ ଚାଲିଛି। ରେଡ୍‌ ଚାଲିଥିବାରୁ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରିନାହିଁ।

Leave A Reply

Your email address will not be published.