Below header

ଗଜପତି: ନିଖୋଜ ଯୁବକ ଏସ୍‌. କମଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ

ଗଜପତି(କେନ୍ୟୁଜ୍): ନିଖୋଜ ଯୁବକ ଏସ୍‌. କମଲଙ୍କ ପତ୍ତା ମିଳିଲା । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ସୌଚ ହେବାକୁ ଯାଇଥିବା ବେଳେ ଗାଁ ଧାନ ବିଲରେ ପଡିଥିବା ଦେଖି ତାଙ୍କୁ ଉଦ୍ଧାର କରିଛନ୍ତି ଲୋକେ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଞ୍ଚଳର ଘଟଣା । ଗୁରୁତର ଯୁବକ ହେଉଛନ୍ତି ଗୁରାଣ୍ଡି ଗାଁ ହରିଜନ ସାହି ବାସିନ୍ଦା ଏସ୍‌. କମଲ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି । କମଲଙ୍କ ବେକ ଓ ହାତରେ କଟା ଦାଗ ରହିଛି । ଗତ ଶନିବାର ଭୋର ସମୟରୁ ସେ ଘରୁ ନିଖୋଜ ହୋଇଯାଇଥିଲେ । ଘଟଣାକୁ ନେଇ କମଲଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଗୁରାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.