Below header

ଯୁବଗୋଷ୍ଠୀଙ୍କ ନିଶା ଛଡାଇବା ପାଇଁ ୭୫ ବର୍ଷୀୟ ବୃଦ୍ଧ ଟାଣିଲେ ୧୦ ଟନ ଓଜନ ଟ୍ରକ

ପଞ୍ଜାବ…ପାଞ୍ଚଟି ନଦୀ, କ୍ଷୀର, ଦହି, ପଞ୍ଜାବୀ ଗୀତ, ଅସ୍ତ୍ରଶସ୍ତ୍ର ଏବଂ ସବୁଠାରୁ ବିପଦପୂର୍ଣ୍ଣ ଜିନିଷ ନିଶା। ନିଶା ଦ୍ରବ୍ୟ ପଞ୍ଜାବକୁ ଦିନକୁ ଦିନ ଖୋଳ କରିଦେଉଛି। ପଞ୍ଜାବରେ ନିଶା ମାୟା ଜାଲରେ ଯୁବଗୋଷ୍ଠୀ। ଦିନକୁ ଦିନ ଏଠାରେ ଡ୍ରଗ୍ସ ଚୋରା ଚାଲାଣ ବଢିବା ସହିତ ନାନାପ୍ରକାର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏକଥା କାହାକୁ ଅଛପା ନାହିଁ।

ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ୭୫ ବର୍ଷ ବୟସ ବୃଦ୍ଧି ନିହାଙ୍ଗ ସିଂ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ। ସେ ୧୦ ଟନ ଓଜନର ଏକ ଟ୍ରକକୁ କାନ୍ଧରେ ଦଉଡି ଲଗାଇ ଟାଣିଛନ୍ତି। ସେ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଯଦି ଏତେ ବୟସରେ ଟ୍ରକ ଟାଣିପାରୁଛି, ତେବେ ଯୁବଗୋଷ୍ଠୀ କାହିଁକି ଡ୍ରଗ୍ସଠାରୁ ଦୂରେଇ ରହିପାରିବେ ନାହିଁ। ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହେବ ବୋଲି ନିହାଙ୍ଗ କହିଛନ୍ତି।

ଡ୍ରଗ୍ସ କବଳରୁ ମୁକ୍ତି ପାଇବା ଲାଗି ଯୁବଗୋଷ୍ଠୀ ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରିବା ଆବଶ୍ୟକ। ଡ୍ରଗ୍ସ ଦ୍ୱାରା ସେମାନଙ୍କର ଶରୀରର କ୍ଷତି ହେବା ସହିତ ତାଙ୍କର ପରିବାର, ରାଜ୍ୟ ତଥା ଦେଶର ମଧ୍ୟ କ୍ଷତି ହେଉଥିବା ନିହାଙ୍ଗ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.