Below header

ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଗଲେ ତିନି ଜଣ, JCB ଏମିତି ବଞ୍ଚାଇଲା ଜୀବନ

ଥରେ ଭାବନ୍ତୁ ତ ଯଦି ଆପଣ କେବେ ଗଭୀର ପାଣି ଭିତରେ ଫସିଗଲେ ଆଉ ନିଜ ଜୀବନ ବଞ୍ଚାଇବା ପାଇଁ କୌଣସି ରାସ୍ତା ଆପଣଙ୍କ ପାଖରେ ନାହିଁ। ଏହି ସମୟରେ କେବଳ ଆପଣ ଭଗବାନକୁ ସ୍ମରଣ କରୁଥାନ୍ତି। ଆଉ ଭଗବାନଙ୍କୁ ସ୍ମରଣ କରି ଭାବୁଥାନ୍ତି ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ କିଏ ଦେବଦୂତ ସାଜି ଆସନ୍ତେନି ଆଉ ଆମ ଜୀବନ ବଞ୍ଚାଇଦିଅନ୍ତେ। ଠିକ୍‌ ଏମିତି ଭାବୁଥିଲେ ଗଭୀର ପାଣି ଭିତରେ ଫସି ରହିଥିବା ତିନି ଜଣ ବ୍ୟକ୍ତି।

ଆପଣ ଦେଖୁପାରୁଥିବେ ଯେ ଗୋଟେ ଗାଡି ଗଭୀର ପାଣି ଭିତରେ ଫସି ରହିଛି। ଆପଣଙ୍କୁ ପାଣିର ସ୍ରୋତ ଦେଖି ନିଶ୍ଚୟ ଲାଗୁଥିବ ଯେପରି ଏବେ ହିଁ କାରଟି ଜଳସ୍ରୋତରେ ଭାଷିଯିବ। ଗଭୀର ଜଳ ଭିତରେ ଫସି ରହିଥିବା କାର ଉପରେ ତିନି ଜଣ ବ୍ୟକ୍ତି ଅପେକ୍ଷା କରିଛନ୍ତି ଯେ କେହି ତ ଆସିବ। ଯିଏ ସେମାନଙ୍କ ଜୀବନ ବଞ୍ଚାଇବ।

ଆଉ ଠିକ ଏତିକିବେଳେ ଦେବଦୂତ୍ତ ସାଜି ଆସିଲା ଜେସିବି। ଜେସିବିକୁ ଦେଖି ଲାଗୁଥିଲା ଯେମିତି ସେ ପାଣିକୁ ଚିରି ଆଗକୁ ଆଗକୁ ମାଡି ଆସୁଛି ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ। ଜେସିବିଟି ତୁରନ୍ତ ଆସି କ୍ରେନରେ ତିନି ଜଣ ବ୍ୟକ୍ତିଙ୍କୁ ଗଭୀର ଜଳସ୍ରୋତରୁ ଜଣଙ୍କ ପରେ ଜଣଙ୍କୁ ବୁଡିବୁ ଠାରୁ ରକ୍ଷା କରିନେଉଛି।

ତେବେ ଏହି ଭିଡିଓ କେବେର ଏବଂ କେଉଁଠିକାର ତାହାର ସୂଚନା ଏଯାଏଁ ମିଳିପାରିନାହିଁ ତଥାପି ଭିଡିଓଟି ସାଇଦିର ବୋଲି କୁହାଯାଉଛି। ତେବେ ଏହି ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି। ଆଉ ଜେସିପି ଯେପରି ଭାବେ ଲୋକଙ୍କ ଜୀବନ ବଞ୍ଚାଉଛି ଲାଗୁଛି ଭଗବାନ ଜେସିପିକୁ ତାଙ୍କ ଦୂତ ଭଳି ପଠାଇଲେ ଏହି ତିନି ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.