ଅର୍ଥ ପାଇଁ କେହି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି, ପ୍ରତିଟି ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସ୍ବାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ।  ସାରା ଦେଶରେ ପୁଞ୍ଜିନିବେଶରେ ଓଡ଼ିଶା ଏକ ନମ୍ବର । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି, ତାକୁ ଭରଣା କରିବା ପାଇଁ ସାହସର ସହ କାମ କରିବାକୁ ହେବ ।

ଅର୍ଥ ପାଇଁ କେହି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି । ପ୍ରତିଟି ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ମାନବ ଜାତି ପାଇଁ ଏକ ବଡ଼ ସଙ୍କଟ । ଶିକ୍ଷା,ସ୍ୱାସ୍ଥ୍ୟ, ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଛି । ସାରା ବିଶ୍ୱରେ କୋଟି କୋଟି ଜୀବିକା ହରାଇଛନ୍ତି । ଭାକସିନ୍‌ ଆସିବା ପରେ କରୋନା ନିୟନ୍ତ୍ରଣକୁ ଆସିବ ।

କରୋନା ଖୁବଶୀଘ୍ର ଦୂର ହେବ ବୋଲି ବିଶ୍ୱାସ ରହିଛି । କୋଭିଡ ଯୋଦ୍ଧାଙ୍କ ପାଇଁ ରାଜ୍ୟରେ ମୃତ୍ୟୁହାର କମିଛି । ପ୍ଲାଜମା ଥେରାପି ପାଇଁ ୫ଟି ପ୍ଲାଜମା ବ୍ୟାଙ୍କ ଖୋଲାଯାଇଛି । ଚିକିତ୍ସା ପାଇଁ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ରହିଛି । ସେପଟେ ଲକଡାଉନରେ ଗରିବଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଥିବା କହିଛନ୍ତି । ଲକଡାଉନରେ ଚାଷ ଓ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.